ମଶାମରାରେ ବିଫଳ ବିଏମ୍‌ସି

ବ୍ରହ୍ମପୁର ଅଫିସ,୩୦।୬: ବ୍ରହ୍ମପୁରର ନାଳ ନର୍ଦ୍ଦମାରୁ ବର୍ଷା ପାଣି ତ୍ୱରିତ ନିଷ୍କାସନ ହୋଇପାରୁ ନ ଥିବାରୁ ମଶା ବଂଶ ବଢ଼ିବାରେ ଲାଗିଛି। ମଇଳା ପାଣି ଜମି ରହୁଥିବା ତଳିଆ ଓ ଖାଲୁଆ ଅଞ୍ଚଳରେ ଦିନରେ ମଧ୍ୟ ମଶା କାମୁଡ଼ୁଛନ୍ତି। ଅପରପକ୍ଷରେ ନର୍ଦ୍ଦମାରେ ମଶାମରା ତେଲ ନିୟମିତ ପକାଯାଉ ନ ଥିବା ଏବଂ ଟିଫା ମେଶିନ ଦ୍ୱାରା ଧୁଆଁ ଛଡ଼ା ଯାଉ ନ ଥିବା ୧୨ନଂ ୱାର୍ଡ ଅନ୍ତର୍ଗତ ହରିକୃଷ୍ଣ ନଗର ଉନ୍ନୟନ କମିଟି ଅଭିଯୋଗ କରିଛି। ପ୍ରତିକାର ଦିଗରେ ମହାନଗର ନିଗମ (ବିଏମସି) ବିଫଳ ହୋଇଥିବା ସମାଲୋଚନା କରାଯାଇଛି। କମିଟି ସାଧାରଣ ସମ୍ପାଦକ ତଥା ବାମପନ୍ଥୀ ନେତା ଅଶୋକ ଦାସ କହିଛନ୍ତି ପୂର୍ବରୁ ନିଗମ ପକ୍ଷରୁ ସପ୍ତାହରେ ଦୁଇଥର ନର୍ଦ୍ଦମା ଗୁଡ଼ିକରେ ମଶାମରା ତେଲ ପକାଯାଉଥିଲା। ଗତ କିଛିମାସ ହେବ ତେଲ ପକା ବନ୍ଦ ହୋଇଯାଇଛି। ନିଗମରେ ନିଜସ୍ବ ଟିଫା ମେଶିନ ଥାଇ ମଧ୍ୟ ମଶାମରା ଧୁଆଁ ସବୁ ସାହିରେ ଛଡ଼ାଯାଉ ନ ଥିବାରୁ ଡ଼ାଉଁଶ ମଶା ଉପଦ୍ରବ ବଢ଼ୁଛି। ଏହା ଫଳରେ ଲୋକେ ଅତିଷ୍ଠ ହୋଇଯାଇଛନ୍ତି। ପିଲାଙ୍କ ପାଠ ପଢ଼ା ବ୍ୟାହତ ହେଉଥିବା ଦାସ ଦର୍ଶାଇଛନ୍ତି। ନିଗମ ପକ୍ଷରୁ ତୁରନ୍ତ ମଶା ମରା ଅଭିଯାନ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷରେ ସହରର ବୃହତ୍ତ ଜଳାଶୟ ବେଢ଼ା ବନ୍ଧ ପାର୍ଶ୍ୱ ଅଞ୍ଚଳ ୨୬ ଓ ୨୭ନଂ ୱାର୍ଡର ଅନେକ ବାସିନ୍ଦାଙ୍କ କହିବାନୁସାରେ ପୋଖରୀ ଭିତରେ ଓ ପାର୍ଶ୍ୱ ଇଲାକାରେ ଲଟାବୁଦା ମାଡିଛି। ଜଳାଶୟ ପୁନରୁଦ୍ଧାର ଦୂରେ ଥାଉ ଲଟାବୁଦା ସଫା କରାଯାଉନଥିବାରୁ ସମଗ୍ର ଅଞ୍ଚଳରେ ମଶା ଉପଦ୍ରବ ଚାଲିଛି। ଡ୍ରେନରୁ ମଇଳା ପାଣି ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଥିବା ବିଏମସି ପକ୍ଷରୁ ସଫେଇ ଦିଆଯାଇଛି। ମଶା ଉପଦ୍ରବର ପ୍ରତିକାର ନିମନ୍ତେ ପଦକ୍ଷେପ ନିଆଯିବାର ନିଗମର ପରିମଳ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri