ବିଦା ହେଲେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡର

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ନିଶା ଖାଇ ହାଇଡ୍ରାମା କରିବା ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ପରିମଳ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ବିଏମ୍‌ସିକୁ ଲୋକ ଯୋଗାଉଥିବା ଘରୋଇ ସଂସ୍ଥା ଟାଇମ୍ସକୁ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ କଡ଼ା ଚେତାବନୀ ଶୁଣାଇଛନ୍ତି। ଯଦି ଆଗକୁ ଏପରି କୌଣସି ଅଭିଯୋଗ ସାମ୍ନାକୁ ଆସେ, ତେବେ ଘରୋଇ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ କରାଯିବ ବୋଲି ମେୟର କହିଛନ୍ତି। ବୁଧବାର ରାତିରେ ବିଏମ୍‌ସି ଉତ୍ତର ମଣ୍ଡଳରେ ପରିମଳ ଏନ୍‌ଫୋର୍ସମେଣ୍ଟ ସିକ୍ୟୁରିଟି ଭାବେ କାମ କରୁଥିବା ପ୍ରମୋଦ କୁମାର ରାଉତ ଏକ ହୋଟେଲକୁ ଯାଇ ତୁମୁଳ କାଣ୍ଡ କରିଥିଲେ। ଏନେଇ ଖବର ପ୍ରକାଶିତ ହେବାପରେ ଶୁକ୍ରବାର ମେୟର ସମ୍ପୃକ୍ତ ସଂସ୍ଥା ଏବଂ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ‘ପ୍ରାଇଡ’ର ଟିମ ଲିଡରଙ୍କୁ ଡାକି ସମୀକ୍ଷା କରିଥିଲେ। ଏନେଇ ଟାଇମ୍ସର ମ୍ୟାନେଜର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ବୁଧବାର ରାତିରେ ହୋଟେଲକୁ ଖାଇବାକୁ ଯାଇଥିଲେ। ସେ ବିଏମସି ପକ୍ଷରୁ ଫାଇନ କାଟୁଥିବାରୁ ସେଠାରେ ତାଙ୍କୁ କିଛି ବ୍ୟବସାୟୀ ତଥା ହୋଟେଲ କର୍ମଚାରୀ ଆକ୍ରମଣ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ବଟି ମାଗୁଥିବା ଅଭିଯୋଗ ନେଇ ସଂସ୍ଥା ଅଧିକାରୀ ଚୁପ୍‌ ରହିଥିଲେ। ସମୀକ୍ଷା ବୈଠକରେ ମେୟର କାର୍ଯ୍ୟରତ ସମସ୍ତ ଟିମ୍‌ ଲିଡରଙ୍କୁ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରାଇବାକୁ ଅଧିକ ଫୋକସ ଦେବାକୁ ବୁଝାଇଥିଲେ। ଫାଇନ କେବଳ ସାନିଟାରୀ ଇନ୍ସପେକ୍ଟର ହିଁ ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ମାସରେ ପରିମଳ ଏନଫୋର୍ସମେଣ୍ଟ ଟିମକୁ ରୋଟେସନ କରାଯିବ। ଫଳରେ ପରିମଳ ଯାଞ୍ଚରେ ସ୍ବଚ୍ଛତା ରହିବ ବୋଲି ବିଏମ୍‌ସି ଅତରିକ୍ତ କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଏମସି ପରିମଳ ବିଭାଗ ଖରାପ ପ୍ରଦର୍ଶନ କରୁଥିବା କିଛି ସଦସ୍ୟଙ୍କୁ ଛଟେଇ କରିଥିଲା। ତାଙ୍କ ବଦଳରେ ଘରୋଇ ସଂସ୍ଥା ‘ଟାଇମ୍ସ’ କିଛି ନୂଆ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଯୋଗାଇଥିଲା। ବିଏମସିର ଉତ୍ତର ଜୋନ ପରିମଳ ଯାଞ୍ଚ ଟିମରେ ପ୍ରମୋଦଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ କାମ କରିବାର ୪୮ ଘଣ୍ଟା ନ ପୁରୁଣୁ ବାବୁଙ୍କ ହାଇଡ୍ରାମା ନଜରକୁ ଆସିଛି। ଡ୍ୟୁଟି ସରିବା ପରେ ନିଶା ଖାଇ ସେ ଏକ ହୋଟେଲକୁ ଯାଇ ପରିମଳ ଯାଞ୍ଚ ନାଁରେ ବଟି ମାଗୁଥିବା ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ବିଏମ୍‌ସି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri