ପ୍ରଯୋଜିକା ହେଲେ ତାପସୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକା ତାପସି ପନ୍ନୁ ବଲିଉଡ୍‌ରେ ବି ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ପ୍ରାୟ ଏକ ଦଶନ୍ଧି ହେବ ସେ ଅଭିନୟ ଦୁନିଆରେ ପାଦ ଦେଇ ସାରିଛନ୍ତି । ଆଗକୁ ତାଙ୍କ ହାତରେ କିଛି ବଡ ବଡ ପ୍ରୋଜେକ୍ଟ ବି ରହିଛି । ଆଉ ଏହାରି ଭିତରେ କିନ୍ତୁ ତାପସୀ ତାଙ୍କ ପ୍ରଶଂସକଙ୍କୁ ଏକ ଭଲ ଖବର ଦେଇଛନ୍ତି । ସେ ଏବେ ପ୍ରଯୋଜିକ ହେବାକୁ ଯାଉଛନ୍ତି । ତାଙ୍କ ପ୍ରଡକଶନ ହାଉସ ଏବେ ଫିଲ୍ମ ନିର୍ମାଣ କରିବ ବୋଲି ସେ ଗୁରୁବାର ଘୋଷଣା କରିବା ସହ ଆଉ ଏକ ଖୁସି ଖବର ବି ଦେଇଛନ୍ତି । ତାଙ୍କ ପ୍ରଡକଶନ ହାଉସ ଆଉଟସାଇଡର୍ସ ଫିଲ୍ମସର ପ୍ରଥମ ଫିଲ୍ମ କଥା ମଧ୍ୟ ଘୋଷଣା କରିଛନ୍ତି ଅଭିନେତ୍ରୀ । ପ୍ରଯୋଜିକା ଭାବେ ତାପସୀଙ୍କ ପ୍ରଥମ ଫିଲ୍ମର ନାଁ ରହିଛି ‘ବ୍ଲର’ । ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି ଏବେ ମୋ ପାଇଁ ସମୟ ଆସିଛି କିଛି ଭଲ କରି ଦେଖାଇବାକୁ । ଆପଣଙ୍କ ଭଲପାଇବା, ଆଶୀର୍ବାଦ ଓ ପ୍ରାର୍ଥନା ନିହାତି ଜରୁରୀ । ତାପସୀ କଥା ଦେଇଛନ୍ତି ତାଙ୍କ ପ୍ରଡକସନ୍ ହାଉସ ଦର୍ଶକଙ୍କୁ ନିଶ୍ଚିତ ଭାବେ ଭଲ ଭେଟିଦେବ । ତାପସୀଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ ‘ବ୍ଲର’ ଦର୍ଶକଙ୍କୁ ରୋଚକପୂର୍ଣ୍ଣ କାହାଣୀ ଭେଟିଦେବ ବୋଲି ସେ କହିଛନ୍ତି । ଅଜୟ ବେହଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ଲିଡ ରୋଲରେ ଦେଖାଦେବେ । ଏଥିପାଇଁ ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ଜରୁରୀ ବୋଲି ଅଭିନେତ୍ରୀ କହିଛନ୍ତି ।

Share