ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ

ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ ମାଆଙ୍କୁ ନୀଳକଇଁରେ ମଣ୍ଡିତ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନି। ସେହି ନୀଳକଇଁ ଏବେ ହଜି ଯାଇଛି।
ଏହାପଛରେ ଏକ ପୌରାଣିକ ତଥ୍ୟ ରହିଛି। ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ରାମଚନ୍ଦ୍ର ଦେବୀ ପୂଜା କରିଥିଲେ। ବର୍ଷାଋତୁରେ ଜଙ୍ଗଲ ଭିତରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେ ୧୦୮ ନୀଳକଇଁରେ ଦେବୀଙ୍କୁ ପୂଜାର୍ଚ୍ଚନା କରିବାର ମନସ୍ଥ କରିଥିଲେ। ଏଥିପାଇଁ ହନୁମାନଙ୍କୁ ନୀଳକଇଁ ଆଣିବା ପାଇଁ ରାମଚନ୍ଦ୍ର ପଠାଇଥିଲେ। ବର୍ଷାଦିନ ଯୋଗୁ ଜଙ୍ଗଲରେ ପାଣି ଥିବା ଅଞ୍ଚଳରେ ଏହି ଫୁଲ ପର୍ଯ୍ୟାପ୍ତ ଉପଲବ୍ଧ ହେଉଥିବାରୁ ରାମଚନ୍ଦ୍ର ନୀଳକଇଁ ମାଆଙ୍କୁ ଦେବା ପାଇଁ ଚିନ୍ତା କରିଥିଲେ। ତେବେ ଯେତେଥର ହନୁମାନ ଫୁଲ ଆଣି ରାମଚନ୍ଦ୍ରଙ୍କ ପାଖେ ପହଞ୍ଚୁଥିଲେ,ସବୁବେଳେ ଗୋଟିଏ ଫୁଲ କମ ରହୁଥିଲା। ଅର୍ଥାତ୍‌ ୧୦୮ ଜାଗାରେ ୧୦୭ ଫୁଲ ହେଉଥିଲା। ବାରମ୍ବାର ଏପରି ହେବାରୁ ରାମଚନ୍ଦ୍ର ବ୍ୟସ୍ତ ହୋଇପଡିଥିଲେ। କାହିଁକି ଏପରି ହେଉଛି ତା’ର କାରଣ ବି ସେ ଜାଣିପାରି ନ ଥିଲେ। ରାମଚନ୍ଦ୍ରଙ୍କୁ ରାଜୀବଲୋଚନ ଏବଂ କମଳଲୋଚନ ବୋଲି କୁହାଯାଏ। ତାଙ୍କ ଆଖି ନୀଳକଇଁ ଭଳି। ସବୁବେଳେ ଗୋଟିଏ ଫୁଲ କମ ହେବାରୁ ସେ ତୀର ମୁନରେ ତାଙ୍କର ଗୋଟିଏ ଆଖି ତାଡି ୧୦୭ଫୁଲ ସହ ମିଶାଇ ଦେବୀଙ୍କୁ ଅର୍ପଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏତେବଡ କଠୋର ନିଷ୍ପତ୍ତି ନେବା ଦେଖି ଦେବୀ ତାଙ୍କ ଆଗରେ ଆବିର୍ଭୂତା ହୋଇ ବିଜୟର ବର ଦେଇଥିଲେ। ପରେ ଦଶମୀ ତିଥିରେ ରାମଚନ୍ଦ୍ର ରାବଣଙ୍କୁ ବଧ କରିଥିଲେ। ସେହିଦିନକୁ ବିଜୟା ଦଶମୀ କୁହାଯାଏ।
ଦେବୀ ପୀଠମାନଙ୍କରେ ଦେବୀଙ୍କୁ ସର୍ବତ୍ର ନୀଳକଇଁ ଦେବାର ପରମ୍ପରା ସେହିଦିନଠାରୁ ରହି ଆସିଛି । ବିଶେଷକରି ପୁରୀ ଜିଲାର ବ୍ରାହ୍ମଣ ଶାସନରେ ଏହା ବହୁଳ ଭାବେ ପ୍ରଚଳିତ ଥିଲା। ବ୍ରାହ୍ମଣ ଶାସନରେ ଦେବୀପୀଠରେ ଦେବୀଙ୍କୁ ନୀଳକଇଁରେ ସଜ୍ଜିତ କରାଯାଉଥିଲା। ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଜିଲାରେ ମଧ୍ୟ ଦେବୀଙ୍କୁ ନୀଳକଇଁ ଅର୍ପଣ କରି ପୂଜାର୍ଚ୍ଚନା ହେଉଥିଲା। ଗ୍ରାମର ଯୁବକଙ୍କଠାରୁ ଆରମ୍ଭ କରି ମାଳୀ ପର୍ଯ୍ୟନ୍ତ ସମସ୍ତେ ସକାଳୁ ସକାଳୁ ବିଭିନ୍ନ ପୋଖରୀ, ଗାଡିଆ, ଯୋରରୁ ଏହି ଫୁଲ ସଂଗ୍ରହ କରୁଥିଲେ। ବର୍ଷାଦିନେ ନୀଳକଇଁ ସହ ଧଳା କଇଁଫୁଲ(ଗୋବରା କଇଁ) ମଧ୍ୟ ଉପଲବ୍ଧ ହେଉଥିଲା। ତେଣୁ ନୀଳକଇଁ ମାଆଙ୍କ ପାଇଁ ଏବଂ ଧଳାକଇଁ ମାଆଙ୍କ ବେଢା ଏବଂ ଘରଦ୍ୱାର ସଜାଇବା ପାଇଁ ବ୍ୟବହୃତ ହେଉଥିଲା। ବ୍ରାହ୍ମଣ ଶାସନର ଯେଉଁମାନଙ୍କ ଘରେ ପୂଜାଘର ଥାଏ, ଖାଲି ସେମାନେ ନୁହନ୍ତି ଅନ୍ୟ ସମସ୍ତେ ମଧ୍ୟ କଇଁଫୁଲରେ ଘର ଦୁଆରମୁହଁ ସଜାଇଥାନ୍ତି । ତେବେ ସମୟକ୍ରମେ ଧଳାକଇଁରେ ଘର ସଜାଇବା ପରମ୍ପରା କମି ଆସିଛି। ସମୟକ୍ରମେ ଖାଲଖମା, ପୋଖରୀ, ଗଡିଆ ପୋତି ହୋଇ ଧଳାକଇଁ ଫୁଲ ଫୁଟିବା କମି ଯାଇଛି। ପୂର୍ବରୁ ଦୁର୍ଗା ପୂଜା ପାଇଁ ଗ୍ରାମଗୁଡିକୁ ଶଗଡ଼ ଶଗଡ଼ କଇଁଫୁଲ ଆସେ। ପ୍ରତ୍ୟେକ ଦୁଆରମୁହଁରେ କଇଁଫୁଲର ଡେମ୍ଫକୁ ଭାଙ୍ଗି ମାଳ କରି ସଜାଯାଏ। ମୁଖ୍ୟତଃ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଏହି ସଜ୍ଜାସଜି କାର୍ଯ୍ୟ ଅବ୍ୟାହତ ହୁଏ। ମଧ୍ୟରାତ୍ରରୁ ଗ୍ରାମର ଯୁବକମାନେ ଫୁଲ ଅନ୍ବେଷଣରେ ବାହାରି ପଡନ୍ତି । ଅଣ୍ଟାଏ ଅଣ୍ଟାଏ ପାଣିରେ ଚନ୍ଦ୍ରରାତିରେ ଧଳା କଇଁଫୁଲ ତୋଳିବାର ମଜା ବେଶ ନିଆରା ହୋଇଥାଏ । କିନ୍ତୁ ଏହି ନୀଳ ଓ ଧଳା କଇଁ ଫୁଲ ଅଭାବରୁ ଏହି ପରମ୍ପରା ଏବେ ପ୍ରାୟ ବିଲୁପ୍ତ ହେବାକୁ ବସିଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ପୂର୍ବରୁ ଯାଜପୁର ଜିଲାରେ ବି ନୀଳକଇଁ ମିଳୁଥିଲା। ମା’ଦୁର୍ଗାଙ୍କ ପୂଜା ଅବସରରେ ମାନସିକ ପୂରଣ କରିବାକୁ ନୀଳକଇଁ ଅର୍ପଣ କରାଯାଉଥିଲା। କିନ୍ତୁ ପ୍ରାୟ ୨ ଦଶନ୍ଧି ହେଲା ସେହି ନୀଳକଇଁ ଫୁଲ ଆଉ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri