ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ

ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ ମାଆଙ୍କୁ ନୀଳକଇଁରେ ମଣ୍ଡିତ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନି। ସେହି ନୀଳକଇଁ ଏବେ ହଜି ଯାଇଛି।
ଏହାପଛରେ ଏକ ପୌରାଣିକ ତଥ୍ୟ ରହିଛି। ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ରାମଚନ୍ଦ୍ର ଦେବୀ ପୂଜା କରିଥିଲେ। ବର୍ଷାଋତୁରେ ଜଙ୍ଗଲ ଭିତରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେ ୧୦୮ ନୀଳକଇଁରେ ଦେବୀଙ୍କୁ ପୂଜାର୍ଚ୍ଚନା କରିବାର ମନସ୍ଥ କରିଥିଲେ। ଏଥିପାଇଁ ହନୁମାନଙ୍କୁ ନୀଳକଇଁ ଆଣିବା ପାଇଁ ରାମଚନ୍ଦ୍ର ପଠାଇଥିଲେ। ବର୍ଷାଦିନ ଯୋଗୁ ଜଙ୍ଗଲରେ ପାଣି ଥିବା ଅଞ୍ଚଳରେ ଏହି ଫୁଲ ପର୍ଯ୍ୟାପ୍ତ ଉପଲବ୍ଧ ହେଉଥିବାରୁ ରାମଚନ୍ଦ୍ର ନୀଳକଇଁ ମାଆଙ୍କୁ ଦେବା ପାଇଁ ଚିନ୍ତା କରିଥିଲେ। ତେବେ ଯେତେଥର ହନୁମାନ ଫୁଲ ଆଣି ରାମଚନ୍ଦ୍ରଙ୍କ ପାଖେ ପହଞ୍ଚୁଥିଲେ,ସବୁବେଳେ ଗୋଟିଏ ଫୁଲ କମ ରହୁଥିଲା। ଅର୍ଥାତ୍‌ ୧୦୮ ଜାଗାରେ ୧୦୭ ଫୁଲ ହେଉଥିଲା। ବାରମ୍ବାର ଏପରି ହେବାରୁ ରାମଚନ୍ଦ୍ର ବ୍ୟସ୍ତ ହୋଇପଡିଥିଲେ। କାହିଁକି ଏପରି ହେଉଛି ତା’ର କାରଣ ବି ସେ ଜାଣିପାରି ନ ଥିଲେ। ରାମଚନ୍ଦ୍ରଙ୍କୁ ରାଜୀବଲୋଚନ ଏବଂ କମଳଲୋଚନ ବୋଲି କୁହାଯାଏ। ତାଙ୍କ ଆଖି ନୀଳକଇଁ ଭଳି। ସବୁବେଳେ ଗୋଟିଏ ଫୁଲ କମ ହେବାରୁ ସେ ତୀର ମୁନରେ ତାଙ୍କର ଗୋଟିଏ ଆଖି ତାଡି ୧୦୭ଫୁଲ ସହ ମିଶାଇ ଦେବୀଙ୍କୁ ଅର୍ପଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏତେବଡ କଠୋର ନିଷ୍ପତ୍ତି ନେବା ଦେଖି ଦେବୀ ତାଙ୍କ ଆଗରେ ଆବିର୍ଭୂତା ହୋଇ ବିଜୟର ବର ଦେଇଥିଲେ। ପରେ ଦଶମୀ ତିଥିରେ ରାମଚନ୍ଦ୍ର ରାବଣଙ୍କୁ ବଧ କରିଥିଲେ। ସେହିଦିନକୁ ବିଜୟା ଦଶମୀ କୁହାଯାଏ।
ଦେବୀ ପୀଠମାନଙ୍କରେ ଦେବୀଙ୍କୁ ସର୍ବତ୍ର ନୀଳକଇଁ ଦେବାର ପରମ୍ପରା ସେହିଦିନଠାରୁ ରହି ଆସିଛି । ବିଶେଷକରି ପୁରୀ ଜିଲାର ବ୍ରାହ୍ମଣ ଶାସନରେ ଏହା ବହୁଳ ଭାବେ ପ୍ରଚଳିତ ଥିଲା। ବ୍ରାହ୍ମଣ ଶାସନରେ ଦେବୀପୀଠରେ ଦେବୀଙ୍କୁ ନୀଳକଇଁରେ ସଜ୍ଜିତ କରାଯାଉଥିଲା। ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଜିଲାରେ ମଧ୍ୟ ଦେବୀଙ୍କୁ ନୀଳକଇଁ ଅର୍ପଣ କରି ପୂଜାର୍ଚ୍ଚନା ହେଉଥିଲା। ଗ୍ରାମର ଯୁବକଙ୍କଠାରୁ ଆରମ୍ଭ କରି ମାଳୀ ପର୍ଯ୍ୟନ୍ତ ସମସ୍ତେ ସକାଳୁ ସକାଳୁ ବିଭିନ୍ନ ପୋଖରୀ, ଗାଡିଆ, ଯୋରରୁ ଏହି ଫୁଲ ସଂଗ୍ରହ କରୁଥିଲେ। ବର୍ଷାଦିନେ ନୀଳକଇଁ ସହ ଧଳା କଇଁଫୁଲ(ଗୋବରା କଇଁ) ମଧ୍ୟ ଉପଲବ୍ଧ ହେଉଥିଲା। ତେଣୁ ନୀଳକଇଁ ମାଆଙ୍କ ପାଇଁ ଏବଂ ଧଳାକଇଁ ମାଆଙ୍କ ବେଢା ଏବଂ ଘରଦ୍ୱାର ସଜାଇବା ପାଇଁ ବ୍ୟବହୃତ ହେଉଥିଲା। ବ୍ରାହ୍ମଣ ଶାସନର ଯେଉଁମାନଙ୍କ ଘରେ ପୂଜାଘର ଥାଏ, ଖାଲି ସେମାନେ ନୁହନ୍ତି ଅନ୍ୟ ସମସ୍ତେ ମଧ୍ୟ କଇଁଫୁଲରେ ଘର ଦୁଆରମୁହଁ ସଜାଇଥାନ୍ତି । ତେବେ ସମୟକ୍ରମେ ଧଳାକଇଁରେ ଘର ସଜାଇବା ପରମ୍ପରା କମି ଆସିଛି। ସମୟକ୍ରମେ ଖାଲଖମା, ପୋଖରୀ, ଗଡିଆ ପୋତି ହୋଇ ଧଳାକଇଁ ଫୁଲ ଫୁଟିବା କମି ଯାଇଛି। ପୂର୍ବରୁ ଦୁର୍ଗା ପୂଜା ପାଇଁ ଗ୍ରାମଗୁଡିକୁ ଶଗଡ଼ ଶଗଡ଼ କଇଁଫୁଲ ଆସେ। ପ୍ରତ୍ୟେକ ଦୁଆରମୁହଁରେ କଇଁଫୁଲର ଡେମ୍ଫକୁ ଭାଙ୍ଗି ମାଳ କରି ସଜାଯାଏ। ମୁଖ୍ୟତଃ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଏହି ସଜ୍ଜାସଜି କାର୍ଯ୍ୟ ଅବ୍ୟାହତ ହୁଏ। ମଧ୍ୟରାତ୍ରରୁ ଗ୍ରାମର ଯୁବକମାନେ ଫୁଲ ଅନ୍ବେଷଣରେ ବାହାରି ପଡନ୍ତି । ଅଣ୍ଟାଏ ଅଣ୍ଟାଏ ପାଣିରେ ଚନ୍ଦ୍ରରାତିରେ ଧଳା କଇଁଫୁଲ ତୋଳିବାର ମଜା ବେଶ ନିଆରା ହୋଇଥାଏ । କିନ୍ତୁ ଏହି ନୀଳ ଓ ଧଳା କଇଁ ଫୁଲ ଅଭାବରୁ ଏହି ପରମ୍ପରା ଏବେ ପ୍ରାୟ ବିଲୁପ୍ତ ହେବାକୁ ବସିଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ପୂର୍ବରୁ ଯାଜପୁର ଜିଲାରେ ବି ନୀଳକଇଁ ମିଳୁଥିଲା। ମା’ଦୁର୍ଗାଙ୍କ ପୂଜା ଅବସରରେ ମାନସିକ ପୂରଣ କରିବାକୁ ନୀଳକଇଁ ଅର୍ପଣ କରାଯାଉଥିଲା। କିନ୍ତୁ ପ୍ରାୟ ୨ ଦଶନ୍ଧି ହେଲା ସେହି ନୀଳକଇଁ ଫୁଲ ଆଉ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri