ନୀଳପଥର ଚୋରି ବୃଦ୍ଧି ପାଉଛି

କାଳିଆପାଣି,୧୧ା୭(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ବ୍ୟତୀତ ଏକ ମୂଲ୍ୟବାନ ନୀଳପଥର ବହୁଳ ମାତ୍ରାରେ ମିଳୁଛି। ହେଲେ ତାହାର ଗୁରୁତ୍ୱକୁ ସରକାର ଅଣଦେଖା କରୁଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଧୀରେଧୀରେ ଏହାର ଚୋରା କାରବାର ବୃଦ୍ଧି ପାଉଛି। ବ୍ଲକ୍‌ ଅଧୀନ କଅଁସ ପଞ୍ଚାୟତର ଟିକରପଡ଼ା ଗଁା ନିକଟ ଦୈତାରୀ ସଂରକ୍ଷିତ ପାହାଡ଼ରେ ନୀଳ ଓ ଧୁସର ପଥର ବହୁଳ ଭାବେ ମିଳୁଛି। ୭ ବର୍ଷ ପୂର୍ବରୁ ଏହା ଚୋରାଚାଲାଣ ହେଉଥିବା ପ୍ରଥମେ ନଜରକୁ ଆସିଥିଲା। ଟିକରପଡ଼ା ଗାଁ ପାହାଡ଼ ପର୍ବତ ଘେରା ହୋଇ ରହିଥିବାରୁ ବାହାର ଦୁନିଆଁ ସହ ସମ୍ପର୍କ ନ ଥିଲା। ଏହାର ସୁଯୋଗରେ ସ୍ଥାନୀୟ ଲୋକଙ୍କ ଦ୍ବାରା ମୂଲ୍ୟବାନ ପଥର ସଂଗ୍ରହ କରାଯାଇ ତାହାକୁ ସିମେଣ୍ଟ୍‌ ବସ୍ତାରେ ଭର୍ତ୍ତି କରି ରାଜସ୍ଥାନକୁ ଚାଲାଣ ହେଉଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ କାଳିଆପାଣି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ରାଜସ୍ଥାନ ଯାଇ ଚୋରା ନୀଳପଥର ଜବତ କରିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଥିବାରୁ ଏକ ପ୍ରକାର କୋକୁଆ ସୃଷ୍ଟି ହୋଇଥିଲା। ଏହାର ସୁଯୋଗ ନେଇ ଚୋରାଚାଲାଣକାରୀ ବେଧଡ଼କଭାବେ କାରବାର କରୁଥିଲେ। ପୋଲିସର ଚଢ଼ାଉ ପରେ ସେ ସମୟରେ ଚୋରାଚାଲାଣ ବନ୍ଦ ହୋଇଯାଇଥିଲା। ମାତ୍ର କିଛିଦିନ ପରେ ପୋଲିସର କାର୍ଯ୍ୟ ଶିଥିଳତା ପଡ଼ିଥିଲା। ଫଳରେ ମାଫିଆ ପୁଣି ସକ୍ରିୟ ହୋଇ ଉଠିଥିଲେ। ଏବେ ମାଫିଆମାନେ ନୀଳପଥରକୁ ଲୋକଙ୍କ ଦ୍ବାରା ସଂଗ୍ରହ କରି ବିଭିନ୍ନ ଛୋଟ ଗାଡ଼ିରେ ଜଙ୍ଗଲ ରାସ୍ତା ଦେଇ ଢେଙ୍କାନାଳ ଜିଲାକୁ ଚାଲାଣ କରୁଛନ୍ତି। ଆଗ ଅପେକ୍ଷା ଏବେ ମାଫିଆ ଅଧିକ ସକ୍ରିୟ ହୋଇ ସପ୍ତାହରେ ୨/୩ ଟ୍ରିପ ପଥର ନେଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏତେମାତ୍ରାରେ ନୀଳପଥର ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ଲୋକେ ତା’ର ମହତ୍ତ୍ୱ ବିଷୟରେ ଅଜ୍ଞ ଅଛନ୍ତି। ସେଥିପାଇଁ ଏକ ଝୁଡ଼ି ନୀଳପଥରକୁ ସଂଗ୍ରହ କରି ଚୋରା ବେପାରୀଙ୍କୁ ଦେଲେ ସେମାନେ ୫୦ ଟଙ୍କା ମଜୁରୀ ପାଉଛନ୍ତି। ଏଠାରେ ପ୍ରଶ୍ନ ଉଠେ ଟିକରପଡ଼ା ପାହାଡ ସଂଲଗ୍ନରେ କଅଁସ ଫରେଷ୍ଟ ଅଫିସ ରହିଥିବାବେଳେ ଫରେଷ୍ଟର ପ୍ରତିଦିନ ସକାଳୁ ସେ ଅଞ୍ଚଳକୁ ବୁଲିବାକୁ ଯାଉଛନ୍ତି। ହେଲେ ତାଙ୍କ ନଜରକୁ କିପରି ଏ ଘଟଣା ଆସୁନାହିଁ। ଏ ସମ୍ପର୍କରେ କାଳିଆପାଣୀ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ପଚାରିବାରେ ସେ ଏହା ଉପରେ ନଜର ଦେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଟମକା ରେଞ୍ଜ ଅଫିସରଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri