Categories: ଫୁରସତ

ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ

କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ହାତରେ ଗୋଟିଏ ଗୋଲାପ ଫୁଲର ଡାଳ ଧରିଛନ୍ତି। ଏହି ଫୁଲ ଉପରେ ନୀଳ ରଙ୍ଗର ଗୋଟିଏ ଛୋଟିଆ ସାପ ଗୁଡ଼େଇ ହୋଇ ରହିଛି। ଏହି ଭିଡିଓକୁ ଦେଖି କିଛି ଲୋକ ‘ସାପକୁ ଗୋଲାପ ଫୁଲ ସହିତ ପ୍ୟାର୍‌ ହୋଇଯାଇଛି’ ବୋଲି କହିଛନ୍ତି। ଅନେକ ମଧ୍ୟ କହିଛନ୍ତି ଯେ, ଏହି ‘ବ୍ଲୁ ପିଟ୍‌ ଭାଇପର୍‌’ ସାପ ବହୁତ ମାରାତ୍ମକ ଅଟେ। ବହୁତ କ୍ଷୀପ୍ର ଗତିରେ ଏହି ସାପ ଆକ୍ରମଣ କରିଥାଏ।

Share