ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ ଜୀବନ ଯାଇଛି। ପଶ୍ଚିମ ମାରିବ୍‌ର ସରକାର ସପକ୍ଷବାଦୀ ବାହିନୀ ବିରୋଧରେ ବିଭିନ୍ନ ସ୍ଥାନରେ ହାଉଥି ଯୋଦ୍ଧାମାନେ ଆକ୍ରମଣ କରିଥିଲେ। ସରକାରଙ୍କୁ ସମର୍ଥନ କରୁଥିବା ସ୍ଥାନୀୟ ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ସହ ହାଉଥି ଆକ୍ରମଣକାରୀଙ୍କୁ ସାମନା କରିଥିଲେ। ଏଥିରେ ୨୭ ହାଉଥି ଯୋଦ୍ଧା ନିହତ ହେବା ସହ ସରକାର ସପକ୍ଷବାଦୀ ଗୋଷ୍ଠୀର ୧୭ ଜଣ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷରେ ଶତାଧିକ ଆହତ ହୋଇଛନ୍ତି।

Share