ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’

ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ ରକ୍ତତୀର୍ଥ କୁହାଯାଉଥିବା ଏହି ସ୍ଥାନର ପ୍ରାଚୀନ କୀର୍ତ୍ତି, ମନ୍ଦିର, ଗୁମ୍ଫା, ମୂର୍ତ୍ତି ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ରଣଭୂମି ନାମରେ ଅନୁଷ୍ଠାନ ଗଠନକରି ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାସହ ଏକ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଯୁବକ, ମହିଳା, ରାଜନେତା ଏହି ଅନୁଷ୍ଠାନରେ ସାମିଲ ହୋଇଛନ୍ତି।
ଅନୁଷ୍ଠାନର କର୍ମକର୍ତ୍ତା ରବିବାର ପାହାଡ଼ ଶୀର୍ଷରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ରହିଥିବା ଅନାବନା ଗଛଲତା କାଟି ସଫା କରିଥିଲେ। ନିୟମିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତପ୍ରକାଶ ପାଇଥିଲା। ଏହାସହ ଏହାର ପୁନରୁଦ୍ଧାର କରି ଏକ ପର୍ଯ୍ୟଟନସ୍ଥଳ କରାଯିବାକୁ ସରକାରଙ୍କ ପାଖରେ ଦାବି କରିବାକୁ ସ୍ଥିର କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇ ସ୍ବାଧୀନତା ସଂଗ୍ରାମୀଙ୍କ ବାସଭବନର ପୁନରୁଦ୍ଧାର ଓ ତାଙ୍କ ଜୀବନୀ ବିଷୟରେ ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ସମ୍ବଲପୁରର ଏହି ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଐତିହାସିକ ତଥ୍ୟ ଅନୁସାରେ ପ୍ରାୟ ୧୮୫୭ ଡିସେମ୍ବର ୩୦ରେ ବୀର ସୁରେନ୍ଦ୍ର ସାଏ, ଭାଇ ଛବିଳ ସାଏ ଓ ତାଙ୍କ ସାଥୀ କୁଦୋପାଲିର ଏହି ଦୁର୍ଗ ନିକଟରେ ଥିବା ଗାଁ ପାଖ ଆମ୍ବତୋଟାରେ ବିଶ୍ରାମ ନେଉଥିଲେ। ଭୋର ସମୟରେ ହଠାତ୍‌ ଘୋଡ଼ା ଟାପୁ ଶବ୍ଦ ଶୁଭିଥିଲା। ସୁରେନ୍ଦ୍ର ସାଏ ଓ ସାଥୀମାନେ କୁଦୋପାଲି ଦୁର୍ଗରେ ଥିବାବେଳେ ଶତାଧିକ ଇଂରେଜ ସୈନିକ ଚାରିପଟରୁ ଘେରିଯାଇଥିଲେ। ପରସ୍ପର ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ଆହତକରି ଫେରାର ହୋଇଯାଇଥିଲେ। ହେଲେ ତାଙ୍କ ଭାଇ ଛବିଳ ସାଏଙ୍କ ସମେତ ୫୩ଜଣ ସଂଗ୍ରାମୀ ଜୀବନ ହାରିଥିଲେ। ୧୧ଜଣଙ୍କୁ ଇଂରେଜମାନେ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୪ଜଣଙ୍କୁ ଫାଶୀ ଦିଆଯାଇଥିଲା। ଗୋଟିଏ ସ୍ଥାନରେ ୫୩ ଜଣ ବୀର ପୁରୁଷ ନିଜ ଦେଶ ପାଇଁ ଜୀବନ ହାରିଥିଲେ। ପାହାଡ଼ ଓ ଗାଁଖୁଲି ମାଟି ରକ୍ତରଞ୍ଜିତ ହୋଇଥିଲା। ତେଣୁ ସେହିଦିନଠାରୁ ଉକ୍ତ ସ୍ଥାନକୁ ରକ୍ତତୀର୍ଥ ବୋଲି କୁହାଯାଇଆସୁଛି। ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ଇଂରେଜ ସୈନିକ ଗାଁର ପ୍ରତ୍ୟେକ ଘରକୁ ଯାଇ ସୁରେନ୍ଦ୍ର ସାଏଙ୍କୁ ଖୋଜିଥିଲେ। ମହିଳା ଓ ବୃଦ୍ଧଙ୍କ ଉପରେ ଅତ୍ୟାଚାର କରିଥିଲେ। ଆଜି ସେ ସମୟର ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ହେଲେ ସେମାନଙ୍କ ଦାୟାଦ ବସବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ କେବଳ ଜୟନ୍ତୀ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri