ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’

ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ ରକ୍ତତୀର୍ଥ କୁହାଯାଉଥିବା ଏହି ସ୍ଥାନର ପ୍ରାଚୀନ କୀର୍ତ୍ତି, ମନ୍ଦିର, ଗୁମ୍ଫା, ମୂର୍ତ୍ତି ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ରଣଭୂମି ନାମରେ ଅନୁଷ୍ଠାନ ଗଠନକରି ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାସହ ଏକ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଯୁବକ, ମହିଳା, ରାଜନେତା ଏହି ଅନୁଷ୍ଠାନରେ ସାମିଲ ହୋଇଛନ୍ତି।
ଅନୁଷ୍ଠାନର କର୍ମକର୍ତ୍ତା ରବିବାର ପାହାଡ଼ ଶୀର୍ଷରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ରହିଥିବା ଅନାବନା ଗଛଲତା କାଟି ସଫା କରିଥିଲେ। ନିୟମିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତପ୍ରକାଶ ପାଇଥିଲା। ଏହାସହ ଏହାର ପୁନରୁଦ୍ଧାର କରି ଏକ ପର୍ଯ୍ୟଟନସ୍ଥଳ କରାଯିବାକୁ ସରକାରଙ୍କ ପାଖରେ ଦାବି କରିବାକୁ ସ୍ଥିର କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇ ସ୍ବାଧୀନତା ସଂଗ୍ରାମୀଙ୍କ ବାସଭବନର ପୁନରୁଦ୍ଧାର ଓ ତାଙ୍କ ଜୀବନୀ ବିଷୟରେ ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ସମ୍ବଲପୁରର ଏହି ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଐତିହାସିକ ତଥ୍ୟ ଅନୁସାରେ ପ୍ରାୟ ୧୮୫୭ ଡିସେମ୍ବର ୩୦ରେ ବୀର ସୁରେନ୍ଦ୍ର ସାଏ, ଭାଇ ଛବିଳ ସାଏ ଓ ତାଙ୍କ ସାଥୀ କୁଦୋପାଲିର ଏହି ଦୁର୍ଗ ନିକଟରେ ଥିବା ଗାଁ ପାଖ ଆମ୍ବତୋଟାରେ ବିଶ୍ରାମ ନେଉଥିଲେ। ଭୋର ସମୟରେ ହଠାତ୍‌ ଘୋଡ଼ା ଟାପୁ ଶବ୍ଦ ଶୁଭିଥିଲା। ସୁରେନ୍ଦ୍ର ସାଏ ଓ ସାଥୀମାନେ କୁଦୋପାଲି ଦୁର୍ଗରେ ଥିବାବେଳେ ଶତାଧିକ ଇଂରେଜ ସୈନିକ ଚାରିପଟରୁ ଘେରିଯାଇଥିଲେ। ପରସ୍ପର ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ଆହତକରି ଫେରାର ହୋଇଯାଇଥିଲେ। ହେଲେ ତାଙ୍କ ଭାଇ ଛବିଳ ସାଏଙ୍କ ସମେତ ୫୩ଜଣ ସଂଗ୍ରାମୀ ଜୀବନ ହାରିଥିଲେ। ୧୧ଜଣଙ୍କୁ ଇଂରେଜମାନେ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୪ଜଣଙ୍କୁ ଫାଶୀ ଦିଆଯାଇଥିଲା। ଗୋଟିଏ ସ୍ଥାନରେ ୫୩ ଜଣ ବୀର ପୁରୁଷ ନିଜ ଦେଶ ପାଇଁ ଜୀବନ ହାରିଥିଲେ। ପାହାଡ଼ ଓ ଗାଁଖୁଲି ମାଟି ରକ୍ତରଞ୍ଜିତ ହୋଇଥିଲା। ତେଣୁ ସେହିଦିନଠାରୁ ଉକ୍ତ ସ୍ଥାନକୁ ରକ୍ତତୀର୍ଥ ବୋଲି କୁହାଯାଇଆସୁଛି। ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ଇଂରେଜ ସୈନିକ ଗାଁର ପ୍ରତ୍ୟେକ ଘରକୁ ଯାଇ ସୁରେନ୍ଦ୍ର ସାଏଙ୍କୁ ଖୋଜିଥିଲେ। ମହିଳା ଓ ବୃଦ୍ଧଙ୍କ ଉପରେ ଅତ୍ୟାଚାର କରିଥିଲେ। ଆଜି ସେ ସମୟର ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ହେଲେ ସେମାନଙ୍କ ଦାୟାଦ ବସବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ କେବଳ ଜୟନ୍ତୀ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri