ରକ୍ତ ପରୀକ୍ଷାରୁ ଶୀଘ୍ର ଜଣାପଡିବ କ୍ୟାନ୍‌ସର

କଥିତ ଅଛି- ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଆଜିକାଲି କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇ ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ହେଲେ ଏହି ସମୟରେ କ୍ୟାନ୍‌ସର କେଉଁ ସ୍ତର (ଷ୍ଟେଜ୍‌)ରେ ଅଛି ତାହା ଉପରେ ହିଁ ଚିକିତ୍ସା ନିର୍ଭର କରିଥାଏ। ତଥାପି ବିଭିନ୍ନ କ୍ୟାନ୍‌ସରକୁ କିପରି ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ବିଶେଷଭାବରେ ରକ୍ତ ପରୀକ୍ଷା ଦ୍ୱାରା କେତେକ କ୍ୟାନ୍‌ସର ସମ୍ପର୍କରେ କିଛି ବର୍ଷ ପୂର୍ବରୁ ପ୍ରାରମ୍ଭିକ ତଥ୍ୟ ମିଳିପାରିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର କ୍ୟାନ୍‌ସର ବିଜ୍ଞାନୀମାନେ। ଟ୍ୟୁମର ଉପରେ ଗବେଷଣା କରିବା ସମୟରେ ସେମାନେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କଲୋନ୍‌, ଲିଭର, ଲଙ୍ଗସ ଏପରି କି ଷ୍ଟୋମାକ୍‌ କ୍ୟାନ୍‌ସର ସମ୍ପର୍କରେ କିଛି ବର୍ଷ ପୂର୍ବରୁ ସୂଚନା ମିଳିପାରିବ।