ଲକ୍ଷଣ ଦେଖାଦେବା ପୂର୍ବରୁ ଏହି ବ୍ଲଡ ଟେଷ୍ଟ ଦ୍ୱାରା ଜାଣି ହେବ କ୍ୟାନ୍‌ସର

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍‌ସର ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗର ମୁକାବିଲା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି। ଚାଇନାର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କ୍ୟାନ୍‌ସର ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଏହା ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହୋଇପାରିବ। ଯଦି ଏହା ସମ୍ଭବ ହୁଏ, ତେବେ ଡାକ୍ତରଙ୍କ ପାଇଁ ଏହି ଭୟଙ୍କର ରୋଗରୁ ମଣିଷ ଜୀବନ ରକ୍ଷା କରିବା ଅତ୍ୟନ୍ତ ସହଜ ହେବ। ଚାଇନାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପାନସିର(PanSeer) ନାମକ ଏହି ରକ୍ତ ପରୀକ୍ଷା ୯୫ ପ୍ରତିଶତ ଲୋକଙ୍କଠାରେ କ୍ୟାନ୍‌ସର ଚିହ୍ନଟ କରିପାରିବ। ଯେଉଁମାନେ ପୂର୍ବରୁ ଲକ୍ଷଣ ଦେଖି ନ ଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ରକ୍ତ ପରୀକ୍ଷା ଉପରେ ଆଧାରିତ ଡିଏନଏ ମିଥାଇଲେସନ ବ୍ୟବହାର କରି ଚାରି ବର୍ଷ ପୂର୍ବରୁ ପାଞ୍ଚ ପ୍ରକାରର କ୍ୟାନ୍‌ସର ଚିହ୍ନଟ ହୋଇପାରିବ ବୋଲି ଆମେ ପ୍ରମାଣ କରିଛୁ। ମିଥାଇଲ ଗ୍ରୁପ୍‌ ପାଇଁ ରକ୍ତ ପ୍ଲାଜାମାରେ ମିଳୁଥିବା ଡିଏନଏ ସ୍କ୍ରିନିଂ କରି ଏହି ପରୀକ୍ଷା କିପରି କ୍ୟାନ୍‌ସର ଚିହ୍ନଟ କରିପାରିବ। ଚାଇନାର ଅନୁସନ୍ଧାନକାରୀଙ୍କ ଏହି ଅଧ୍ୟୟନ ‘ନାଚ୍ୟୁରାଲ କମ୍ୟୁନିକେଶନ’ ପତ୍ରିକାରେ ପ୍ରକାଶିତ ହୋଇଛି।
ଏହି ପରୀକ୍ଷଣର ବିକାଶ ପାଇଁ ଚାଇନାର ଅନୁସନ୍ଧାନକାରୀମାନେ ୨୦୦୭ରୁ ୨୦୧୪ରୁ ମଧ୍ୟରେ ରକ୍ତ ପ୍ଲାଜମା ନମୁନା ସଂଗ୍ରହ କରିଥିଲେ। ଯେଉଁମାନଙ୍କ ରକ୍ତ ପ୍ଲାଜମା ନମୁନା ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୪୧୪ ଜଣ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ୟାନ୍‌ସରମୁକ୍ତ ରହିଥିଲେ। ୧୯୧ଜଣ ଲୋକ ଚାରି ବର୍ଷ ମଧ୍ୟରେ ପେଟ, କୋଲେକ୍ଟ୍ରୋଲ, ଯକୃତ, ଫୁସଫୁସ ଏବଂ ଗ୍ରାସନଳୀ କ୍ୟାନ୍‌ସରରେ ପୀଡିତ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri