ସଂଗୃହୀତ ରକ୍ତର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର,୧୫ା୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ରାସ୍ତା ତଥା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ରେଳ ଲାଇନ ଓଭରବ୍ରିଜ ଉପରେ ଗତ ୮ ତାରିଖ ସକାଳ ସମୟରେ ପୂର୍ବତନ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତିଙ୍କୁ ମାରଣାସ୍ତ୍ରରେ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିସାରିଛି । ମାତ୍ର୍‌ ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବଂ ରମା ନାୟକଙ୍କୁ ଘଟଣାର ୭ ଦିନ ପରେ ବି ପୋଲିସ ଧରିବାରେ ବିଫଳ ହୋଇଛି। ଅପରପକ୍ଷେ ଅଭିଯୁକ୍ତମାନେ ମାରଣାସ୍ତ୍ର ଦ୍ୱାରା ହତ୍ୟା କରିବାରୁ ସହଦେବଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରିବା ସହ ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିଲା। ହତ୍ୟାକାଣ୍ଡ ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରି ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବୋରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଇଛି। ତେଣୁ ଘଟଣାସ୍ଥଳରୁ ମିଳିଥିବା ରକ୍ତର ଛିଟା ଓ ଅଭିଯୁକ୍ତଙ୍କ କପଡ଼ାରେ ଲାଗିଥିବା ରକ୍ତର ମେଳ କରାଯିବା ପାଇଁ ସଂଗୃହୀତ ରକ୍ତର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ହତ୍ୟା କରିଥିବା ସ୍ଥାନରେ କୌଣସି ସିସିଟିଭି ଫୁଟେଜ ନ ଥିବା ସହ ଅଭିଯୁକ୍ତମାନେ ମୁହଁ ସହ ଶରୀରର ସବୁ ଅଙ୍ଗ ଢାଙ୍କି ହୋଇଥିବାରୁ ଡିଏନ୍‌ଏ ଟେଷ୍ଟ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ଅନ୍ୟତମ ବଳିଷ୍ଠ ପ୍ରମାଣ ହୋଇପାରିବ ବୋଲି ପୋଲିସ କହିଛି।
ସୂଚନାନୁସାରେ, ଝିଅକୁ ସ୍କୁଲରୁ ଛାଡ଼ି ସହଦେବ ସ୍କୁଟି ଯୋଗେ ରସୁଲଗଡ଼ ଦେଇ ଯାଉଥିବା ବେଳେ ଓଭରବ୍ରିଜ ଉପରେ ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତମାନେ ହତ୍ୟା କରି ଦୟାନଦୀରେ ମାରଣାସ୍ତ୍ର ଫୋପାଡ଼ି ନୟାଗଡ଼ ଫେରାର ହୋଇଯାଇଥିଲେ। ଏହି ମାମଲାରେ ପୋଲିସ ଲକ୍ଷ୍ମୀଧର ନାୟକ ଓ ତାଙ୍କ ସ୍ତ୍ରୀ ଲିପିକା ନାୟକ, ରାକେଶ ନାୟକ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ ଏବଂ ଅନ୍ୟଜଣେ ତାଙ୍କର ସହଯୋଗୀ ରକି ନାୟକଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କଠାରୁ ରକ୍ତ ଲଗା ମାରଣାସ୍ତ୍ର, ରକ୍ତ ଭିଜାଥିବା ପୋଷାକ ଜବତ ମଧ୍ୟ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri