ଆପୋଲୋରେ ରକ୍ତ ଜମାଟ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୨।୧୧: ସାମାନ୍ୟ ଅବହେଳା କଲେ କିମ୍ବା ସତର୍କ ନ ରହିଲେ ବର୍ତ୍ତମାନ ସମୟରେ ମଣିଷକୁ ବହୁ ବଡ଼ ବଡ଼ ରୋଗର ଶିକାର ହେବାକୁ ପଡ଼ିଥାଏ। କିଛି ରୋଗର ଲକ୍ଷଣ ଏବଂ ଅନୁଭବ ଅତି ସାମାନ୍ୟ ହୋଇଥିଲେ ମଧ୍ୟ ଏହାକୁ ଠିକ୍‌ ସମୟରେ ନ ଜାଣିପାରିଲେ ଏବଂ ଏହାର ଉପଯୁକ୍ତ ଚିକିତ୍ସା କରା ନ ଗଲେ ଆଗକୁ ଏହି ସାମାନ୍ୟ ରୋଗ ମଣିଷର ମୃତ୍ୟୁର କାରଣ ହୋଇଥାଏ। ସେହିଭଳି ଏକ ରୋଗ ହେଉଛି ରକ୍ତଜମାଟ ହେବା ବା ଥ୍ରୋମ୍ବୋସିସ୍‌ । ଏହା ଏକ ସାମାନ୍ୟ ଜଣାଯାଉଥିଲେ ମଧ୍ୟ ଏଥିପ୍ରତି ସତର୍କତା ଓ ଉପଯୁକ୍ତ ଚିକିତ୍ସା ନିହାତି ଜରୁରୀ। ତେବେ ଏ ନେଇ ସତର୍କତା ଅବଲମ୍ବନ ପାଇଁ ନଭେମ୍ବର ୨ରେ ଆପୋଲୋ ହସ୍ପିଟାଲରେ ଥ୍ରୋମ୍ବୋସିସ୍‌ର ଡାଇଗ୍ନୋସିସ୍‌ ଉପରେ ଏକ କର୍ମଶାଳା ଆୟୋଜନ ହେବାକୁ ଯାଉଛି। ଏହି କର୍ମଶାଳା ହେମାଟୋକନ୍‌ ପକ୍ଷରୁ ଆୟୋଜିତ ହେଉଛି। ଏହି କର୍ମଶାଳାରେ ଆଣ୍ଟିଫୋସ୍ଫୋଲିପିଡ୍‌ ଆଣ୍ଟିବଡ୍‌ ସିଣ୍ଡ୍ରୋମର କାରଣ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦିଆଯିବ। ଏହା ଏଭଳି ରୋଗ ଯାହାକୁ ପରୀକ୍ଷାଗାରରେ ପରୀକ୍ଷା ନ କରାଯିବା ପଯର୍‌ୟନ୍ତ ଜଣାପଡ଼ି ନ ଥାଏ। ତେବେ ଏହି ରୋଗର ପରୀକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକାୈଶଳରେ ନିର୍ମିତ ପରୀକ୍ଷା ମେଶିନ ଓ ଆବଶ୍ୟକ ସାମଗ୍ରୀ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଉଛି। ଆପୋଲୋ ହସ୍ପିଟାଲ ରୋଗୀମାନଙ୍କୁ ଉପଯୁକ୍ତ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେଉଥିବା ଡାକ୍ତରଖାନା ମଧ୍ୟରୁ ଅନ୍ୟତମ ଏବଂ ଉତ୍ତମ ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri