Posted inଫୁରସତ

ବ୍ଲଗିଂ

ରୁଚି ଲେଖିବା। ହେଲେ ନିଜ ଲେଖାକୁ ପାଠକଙ୍କ ନିକଟରେ ପହଞ୍ଚାଇବା କଷ୍ଟ। କେବେ ଖବରକାଗଜ ତ ପୁଣି କେବେ ବିଭିନ୍ନ ମାଗାଜିନ୍‌ରେ ସ୍ଥାନ ପାଇବାକୁ ଅପେକ୍ଷା। ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ଲେଖିବା ଏବଂ ବିଭିନ୍ନ ବିଷୟବସ୍ତୁ ପଢ଼ିବାରେ ରୁଚି ରଖୁଥିବା ସଭିଙ୍କ ପାଇଁ ଖୁବ୍‌ ସହଜ ଉପାୟ ପାଲଟିଛି ବ୍ଲଗ୍‌। ଏହାଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ନା କେବଳ ରୁଚି ପୂରଣ ହୋଇପାରୁଛି ବରଂ ଏହା ପାଲଟିଛି ଅନେକଙ୍କ
ପାଇଁ ଏକ ଭଲ କ୍ୟାରିୟର ଅପ୍‌ସନ…

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କରିବା ବେଳେ ବିଭିନ୍ନ କଣ୍ଟେଣ୍ଟ ସହିତ ଅନେକ ବ୍ଲଗରଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ହେଲ୍‌ଥ, ଟ୍ରାଭେଲ, ଟେକ୍‌, ନେଚର୍‌, ଫିଲ୍ମ, ସ୍ପୋର୍ସ, କୁକିଂ ଭଳି ବିଭିନ୍ନ ଟପିକ୍‌କୁ ନେଇ ଲେଖାହେଉଛି। ଏହାକୁ ଲେଖୁଥିବା ବ୍ଲଗରମାନେ ପ୍ରତିଦିନ ନିଜ ଫଲୋଅର୍ସମାନଙ୍କ ପାଇଁ କିଛି କିଛି ନୂଆ ବିଷୟବସ୍ତୁ ଲେଖିଥା’ନ୍ତି। ପାଠକଙ୍କ ମନ ପସନ୍ଦ ଲେଖା ଦେଉଥିବା ବ୍ଲଗରମାନଙ୍କର ବହୁତ ଭଲ ସଂଖ୍ୟାରେ ଫ୍ୟାନ୍‌ ଫଲୋଅର୍ସ ବି ବଢ଼ିଥାଆନ୍ତି। ତେବେ ଲେଖାଲେଖିରେ ରୁଚି ରଖୁଥିବା ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଏହି ବ୍ଲଗିଂ ବର୍ତ୍ତମାନ ଏକ ଭଲ କ୍ୟାରିୟର ଅପ୍‌ସନ ମଧ୍ୟ ପାଲଟିଛି।

ପାଠକଙ୍କୁ ମିଳୁଛି ନୂଆ ନୂଆ ଲେଖା: ଲେଖିବାରେ ରୁଚି ରଖୁଥିବା ଯୁବତୀ ଯୁବକଙ୍କ ପାଇଁ ନିଜ ଲେଖାକୁ ପାଠକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଏହି ଫିଲ୍ଡ ପାଲଟିଛି ସବୁଠୁ ଭଲ ମାଧ୍ୟମ। ଏହାଦ୍ୱାରା ପାଠକମାନେ ପ୍ରତିଦିନ ନୂଆ ନୂଆ ଲେଖା ପଢ଼ିବାର ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କ ମତାମତ ଏବଂ ପ୍ରଶଂସା ବ୍ଲଗରଙ୍କୁ ଆହୁରି ଅଧିକ ଲେଖିବାକୁ ପ୍ରେରଣା ଯୋଗାଉଛି।

ବଢ଼ୁଛି ସୃଜନଶୀଳତା: ଯେ କୌଣସି ବିଷୟବସ୍ତୁକୁ ସୃଜନଶୀଳ ଢଙ୍ଗରେ ଲେଖିବାର କଳା ଏହି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ନିଜ କଣ୍ଟେଣ୍ଟକୁ ଭିନ୍ନ ଢଙ୍ଗରେ ପାଠକଙ୍କ ନିକଟରେ ପହଞ୍ଚାଇବାର କଳା ଅଛି, ତେବେ ବ୍ଲଗିଂ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଭଲ ରୋଜଗାର ମଧ୍ୟ କରିହେବ।
ଲେଖାକୁ ଅଧିକ ଆଦୃତ କରେ ଫଟୋଗ୍ରାଫ୍‌: କୁହାଯାଏ ଗୋଟିଏ ଫଟୋ ହଜାରଟି ଶବ୍ଦ ସହିତ ସମାନ। ତେଣୁ ଲେଖିବା ସହିତ ବ୍ଲଗ୍‌ରେ ଫଟୋ ଦେବା ଦ୍ୱାରା ସୋସିଆଲ୍‌ ମିଡିଆରେ ଏହା ଅଧିକ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରୁଛି।
ରିସର୍ଚ୍ଚ: ଗୋଟିଏ ଟପିକ୍‌ରେ ଅନେକ ବ୍ଲଗ୍‌ ଆସିଥାଏ। ହେଲେ ପାଠକ ସେହି ଲେଖାକୁ ପସନ୍ଦ କରନ୍ତି, ଯାହାର ଲେଖାଶୈଳୀ ୟୁନିକ୍‌ ଏବଂ କ୍ୟାଚି ହୋଇଥାଏ। ତେଣୁ ଏଥିପାଇଁ କୌଣସି ବିଷୟବସ୍ତୁ ଉପରେ ଭଲ ଭାବେ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ।

ସାଜିଛି ରୋଜଗାରର ମାଧ୍ୟମ: ବ୍ଲଗିଂ ଯଦିଓ ନୂଆ ନୁହେଁ, ହେଲେ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରଖୁଥିବା ଯୁବପିଢ଼ି ଏଥିପାଇଁ ସମୟ ଦେଉଥିବା ଦେଖିବାକୁ ମିଳୁଛି। କେହି କେହି ଏହାକୁ ପଢ଼ା କିମ୍ବା ଜବ୍‌ ସହିତ ପାର୍ଟଟାଇମ୍‌ ରୋଜଗାରର ମାଧ୍ୟମ ଭାବେ ତ ଆଉ କେହି ଫୁଲ୍‌ଟାଇମ୍‌ କ୍ୟାରିୟର ଭାବେ ବାଛି ନେଉଛନ୍ତି।

ରୋଜଗାର ପାଇଁ ଆବଶ୍ୟକ ଧୈର୍ଯ୍ୟ: କୌଣସି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରୁ କରୁ ସଫଳତା ମିଳି ନ ଥାଏ। ସେହିପରି ଆରମ୍ଭରୁ ହିଁ ଅଧିକ ଟଙ୍କା ମିଳିବା ଆଶା ରଖିବା କିମ୍ବା ଧୈର୍ଯ୍ୟହରା ହୋଇ କାମ ବନ୍ଦ କରିଦେବା ଠିକ୍‌ ନୁହେଁ। କାରଣ ଆଗକୁ ବଢ଼ିବା ଲାଗି ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର 6 ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri