Posted inଫୁରସତ

ବ୍ଲଗିଂ

ରୁଚି ଲେଖିବା। ହେଲେ ନିଜ ଲେଖାକୁ ପାଠକଙ୍କ ନିକଟରେ ପହଞ୍ଚାଇବା କଷ୍ଟ। କେବେ ଖବରକାଗଜ ତ ପୁଣି କେବେ ବିଭିନ୍ନ ମାଗାଜିନ୍‌ରେ ସ୍ଥାନ ପାଇବାକୁ ଅପେକ୍ଷା। ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ଲେଖିବା ଏବଂ ବିଭିନ୍ନ ବିଷୟବସ୍ତୁ ପଢ଼ିବାରେ ରୁଚି ରଖୁଥିବା ସଭିଙ୍କ ପାଇଁ ଖୁବ୍‌ ସହଜ ଉପାୟ ପାଲଟିଛି ବ୍ଲଗ୍‌। ଏହାଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ନା କେବଳ ରୁଚି ପୂରଣ ହୋଇପାରୁଛି ବରଂ ଏହା ପାଲଟିଛି ଅନେକଙ୍କ
ପାଇଁ ଏକ ଭଲ କ୍ୟାରିୟର ଅପ୍‌ସନ…

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କରିବା ବେଳେ ବିଭିନ୍ନ କଣ୍ଟେଣ୍ଟ ସହିତ ଅନେକ ବ୍ଲଗରଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ହେଲ୍‌ଥ, ଟ୍ରାଭେଲ, ଟେକ୍‌, ନେଚର୍‌, ଫିଲ୍ମ, ସ୍ପୋର୍ସ, କୁକିଂ ଭଳି ବିଭିନ୍ନ ଟପିକ୍‌କୁ ନେଇ ଲେଖାହେଉଛି। ଏହାକୁ ଲେଖୁଥିବା ବ୍ଲଗରମାନେ ପ୍ରତିଦିନ ନିଜ ଫଲୋଅର୍ସମାନଙ୍କ ପାଇଁ କିଛି କିଛି ନୂଆ ବିଷୟବସ୍ତୁ ଲେଖିଥା’ନ୍ତି। ପାଠକଙ୍କ ମନ ପସନ୍ଦ ଲେଖା ଦେଉଥିବା ବ୍ଲଗରମାନଙ୍କର ବହୁତ ଭଲ ସଂଖ୍ୟାରେ ଫ୍ୟାନ୍‌ ଫଲୋଅର୍ସ ବି ବଢ଼ିଥାଆନ୍ତି। ତେବେ ଲେଖାଲେଖିରେ ରୁଚି ରଖୁଥିବା ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଏହି ବ୍ଲଗିଂ ବର୍ତ୍ତମାନ ଏକ ଭଲ କ୍ୟାରିୟର ଅପ୍‌ସନ ମଧ୍ୟ ପାଲଟିଛି।

ପାଠକଙ୍କୁ ମିଳୁଛି ନୂଆ ନୂଆ ଲେଖା: ଲେଖିବାରେ ରୁଚି ରଖୁଥିବା ଯୁବତୀ ଯୁବକଙ୍କ ପାଇଁ ନିଜ ଲେଖାକୁ ପାଠକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଏହି ଫିଲ୍ଡ ପାଲଟିଛି ସବୁଠୁ ଭଲ ମାଧ୍ୟମ। ଏହାଦ୍ୱାରା ପାଠକମାନେ ପ୍ରତିଦିନ ନୂଆ ନୂଆ ଲେଖା ପଢ଼ିବାର ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କ ମତାମତ ଏବଂ ପ୍ରଶଂସା ବ୍ଲଗରଙ୍କୁ ଆହୁରି ଅଧିକ ଲେଖିବାକୁ ପ୍ରେରଣା ଯୋଗାଉଛି।

ବଢ଼ୁଛି ସୃଜନଶୀଳତା: ଯେ କୌଣସି ବିଷୟବସ୍ତୁକୁ ସୃଜନଶୀଳ ଢଙ୍ଗରେ ଲେଖିବାର କଳା ଏହି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ନିଜ କଣ୍ଟେଣ୍ଟକୁ ଭିନ୍ନ ଢଙ୍ଗରେ ପାଠକଙ୍କ ନିକଟରେ ପହଞ୍ଚାଇବାର କଳା ଅଛି, ତେବେ ବ୍ଲଗିଂ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଭଲ ରୋଜଗାର ମଧ୍ୟ କରିହେବ।
ଲେଖାକୁ ଅଧିକ ଆଦୃତ କରେ ଫଟୋଗ୍ରାଫ୍‌: କୁହାଯାଏ ଗୋଟିଏ ଫଟୋ ହଜାରଟି ଶବ୍ଦ ସହିତ ସମାନ। ତେଣୁ ଲେଖିବା ସହିତ ବ୍ଲଗ୍‌ରେ ଫଟୋ ଦେବା ଦ୍ୱାରା ସୋସିଆଲ୍‌ ମିଡିଆରେ ଏହା ଅଧିକ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରୁଛି।
ରିସର୍ଚ୍ଚ: ଗୋଟିଏ ଟପିକ୍‌ରେ ଅନେକ ବ୍ଲଗ୍‌ ଆସିଥାଏ। ହେଲେ ପାଠକ ସେହି ଲେଖାକୁ ପସନ୍ଦ କରନ୍ତି, ଯାହାର ଲେଖାଶୈଳୀ ୟୁନିକ୍‌ ଏବଂ କ୍ୟାଚି ହୋଇଥାଏ। ତେଣୁ ଏଥିପାଇଁ କୌଣସି ବିଷୟବସ୍ତୁ ଉପରେ ଭଲ ଭାବେ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ।

ସାଜିଛି ରୋଜଗାରର ମାଧ୍ୟମ: ବ୍ଲଗିଂ ଯଦିଓ ନୂଆ ନୁହେଁ, ହେଲେ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରଖୁଥିବା ଯୁବପିଢ଼ି ଏଥିପାଇଁ ସମୟ ଦେଉଥିବା ଦେଖିବାକୁ ମିଳୁଛି। କେହି କେହି ଏହାକୁ ପଢ଼ା କିମ୍ବା ଜବ୍‌ ସହିତ ପାର୍ଟଟାଇମ୍‌ ରୋଜଗାରର ମାଧ୍ୟମ ଭାବେ ତ ଆଉ କେହି ଫୁଲ୍‌ଟାଇମ୍‌ କ୍ୟାରିୟର ଭାବେ ବାଛି ନେଉଛନ୍ତି।

ରୋଜଗାର ପାଇଁ ଆବଶ୍ୟକ ଧୈର୍ଯ୍ୟ: କୌଣସି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରୁ କରୁ ସଫଳତା ମିଳି ନ ଥାଏ। ସେହିପରି ଆରମ୍ଭରୁ ହିଁ ଅଧିକ ଟଙ୍କା ମିଳିବା ଆଶା ରଖିବା କିମ୍ବା ଧୈର୍ଯ୍ୟହରା ହୋଇ କାମ ବନ୍ଦ କରିଦେବା ଠିକ୍‌ ନୁହେଁ। କାରଣ ଆଗକୁ ବଢ଼ିବା ଲାଗି ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri