ସୋସିଆଲ ମିଡିଆରେ ଏକ୍ସ ବୟଫ୍ରେଣ୍ଡ୍‌ କଲେ ବ୍ଲକ, ରାଗିକି ମହିଳା ନେଲେ ଅଜବ ପଦକ୍ଷେପ; ଆଉ ତା’ ପରେ…

ଲଣ୍ଡନ,୨୮।୪: ଜଣେ ମହିଳାଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ସୋସିଆଲ ମିଡିଆରେ ବ୍ଲକ କରିବାରୁ ମହିଳା ରାଗିକି ଅଜବ ପଦକ୍ଷେପ ନେଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହିଳା ଜଣଙ୍କ ରାଗି କି ନିଆଁବାଣ ହୋଇ ଏମିତି କାଣ୍ଡ ଘଟାଇଲେ ଯେ ତାଙ୍କୁ ଜେଲ୍‌ ବି ଯିବାକୁ ପଡ଼ିଲା।

ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରିଟେନ୍‌ରେ। ହିଲେରୀ ନାମକ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ସୋସିଆଲ ମିଡିଆରେ ବ୍ଲକ କରିଦେଇଥିଲେ। ଏଥିରେ ହିଲେରୀ ରାଗିଯାଇ ଏକ୍ସ ବୟଫ୍ରେଣ୍ଡଙ୍କ ପିତା ଏବଂ ତାଙ୍କ ଝିଅଙ୍କ ନିକଟକୁ ଅଶ୍ଳୀଳ ଫଟୋ, ଭିଡିଓ ପଠାଇବା ସହ ନିଜେ ସୋସିଆଲ ମିଡିଆରେ ଏହାକୁ ଶେୟାର କରିଥିଲେ। ଏହି ଭିଡିଓ ଜରିଆରେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ମଜା ବି ଉଡ଼ାଇଥିଲେ।

ୟୁଟ୍ୟୁବ୍‌ରେ ହିଲେରୀ ତାଙ୍କର ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ଏପରିକି ଏକ୍ସ ବୟଫ୍ରେଣ୍ଡଙ୍କ ଝିଅଙ୍କୁ କହିଥିଲେ, ତୁମ ପିତାଙ୍କ କଳା କାରନାମା ପୂରା ଦୁନିଆ ଦେଖୁ। ଏକଥା ମେସେଜ୍‌ରେ ଲେଖିଥିଲେ କି, ତୁମ ପିତାଙ୍କ ଅଫିସରେ କାମ କରୁଥିବା କିଛି ଲୋକ ତୁମ ପିତାଙ୍କ ଏପରି କାମରେ ବହୁତ ହସୁଛନ୍ତି। ତୁମ ପିତା ଜଣେ ନିର୍ଲଜ। ହିଲେରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ହିଲେରୀଙ୍କୁ ଅପରାଧୀ ଘୋଷଣା କରି ଜେଲ୍‌ ପଠାଇଛି।

Share