ଅଧିକାରକୁ ଅବରୋଧ: ତେଜି ଉଠୁଛି ଅସନ୍ତୋଷ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ପ୍ୟାରେଣ୍ଟସ୍‌ ଆସୋସିଏଶନ ୮ଦଫା ଦାବି ଉପରେ ପ୍ରଶାସନର ଅଣଦେଖା ପ୍ରତିବାଦରେ ମଙ୍ଗଳବାର ସହର ଉପକଣ୍ଠ ହଲଦୀପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେଠାରେ ଦିବ୍ୟାଙ୍ଗମାନେ ସମବେତ ହେଉଥିବାବେଳେ ଆନ୍ଦୋଳନ ପୂର୍ବରୁ ପୋଲିସ ସେମାନଙ୍କୁ ସେଠାରୁ ଥାନାକୁ ଉଠାଇ ନେଇଥିଲା। ସୋମବାର ଫସଲବୀମା କ୍ଷତିପୂରଣ ଦାବି ନେଇ ସଂଯୁକ୍ତ କୃଷକ ସଂଗଠନ, ଭେଡ଼େନ ଶାଖାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଥିବାବେଳେ ସେମାନଙ୍କ ଉପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ୨୪ଘଣ୍ଟା ମଧ୍ୟରେ ୨ ଆନ୍ଦୋଳନ ଉପରେ ପୋଲିସର ଏଭଳି ଆଭିମୁଖ୍ୟ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି। ପ୍ୟାରେଣ୍ଟସ୍‌ ଆସୋସିଏଶନର ସମ୍ପାଦକ ସାନନ୍ଦ ନାଗ କହିଛନ୍ତି, ନୂଆ ଭାଜପା ସରକାରକୁ ମଖ୍ୟମନ୍ତ୍ରୀ ଲୋକଙ୍କ ସରକାର କହୁଛନ୍ତି, କିନ୍ତୁ ନୂଆ ସରକାର ଆସିବା ପରେ ଏଭଳିଭାବେ ଲୋକଙ୍କ ଅଧିକାରକୁ ଅବରୋଧ କରାଯାଉଛି। ପୂର୍ବ ସରକାର ସମୟରେ ଦିବ୍ୟାଙ୍ଗମାନେ ୧୦ରୁ ୧୨ଥର ରାଜରାସ୍ତାକୁ ଓହ୍ଲାଇ ନିଜର ହକ୍‌, ଅଧିକାର ଦାବି କରିଛନ୍ତି। କିନ୍ତୁ ସେତେବେଳେ ଦିବ୍ୟାଙ୍ଗ ପ୍ରତି କେବେ ମଧ୍ୟ ଏଭଳି ଅସମ୍ମାନ କରାଯାଇ ନ ଥିଲା ବୋଲି ନାଗ କହିଛନ୍ତି। ଅନ୍ୟପଟେ ଆଗାମୀ ମାସକ ମଧ୍ୟରେ ସବୁଦାବି ପୂରଣ ନ ହେଲେ ପୁଣି ହଲଦୀପାଲି ଛକରେ ରାଜପଥ ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


ପ୍ୟାରେଣ୍ଟସ୍‌ ଆସୋସିଏଶନ ଗତମାସ ୨୫ତାରିଖ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲା। ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନଗୁଡ଼ିକୁ ଠିକ୍‌ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ଆଦି ଦାବି ସେଥିରେ ରହିଥିଲା। ଦାବି ସମୂହ ପୂରଣ ନ ହେଲେ ମାର୍ଚ୍ଚ ୧୧ତାରିଖ ହଲଦୀପାଲି ଛକରେ ରାଜପଥ ଅବରୋଧ କରାଯିବ ବୋଲି ଆସୋସିଏଶନ ଦାବିପତ୍ରରେ ଚେତାବନୀ ଦେଇଥିଲା।
କିନ୍ତୁ ଆସୋସିଏଶନର ଦାବି ସମୂହ ପ୍ରତି କିଛି ପଦକ୍ଷେପ ନିଆଯାଇ ନ ଥିଲା। ଏହାର ପ୍ରତିବାଦରେ ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକରୁ ଦିବ୍ୟାଙ୍ଗମାନେ ମଙ୍ଗଳବାର ସକାଳୁ ହଲଦୀପାଲି ଛକରେ ସମବେତ ହେଉଥିଲେ। କିଏ ରାସ୍ତାପାର୍ଶ୍ୱ ଗଛତଳେ ଆଶ୍ରୟ ନେଉଥିଲେ ତ ଆଉ କେହି ପାଖ ଦୋକାନ ପାଖରେ ରହିଥିଲେ। ସମସ୍ତ ବ୍ଲକର ଦିବ୍ୟାଙ୍ଗମାନେ ଏକାଠି ହେଲେ ସେମାନେ ରାଜପଥ ଅବରୋଧ କରିବାକୁ ଯୋଜନା କରିଥିଲେ। ମାତ୍ର ସେମାନେ ଆନ୍ଦୋଳନକୁ ଓହ୍ଲାଇବା ପୂର୍ବରୁ ପୋଲିସ ସେଠାରୁ ସେମାନଙ୍କୁ ଥରକୁ ଥର ସ୍ଥାନୀୟ ସଦର ଥାନାକୁ ଉଠାଇ ନେଇଥିଲା। ସେହିପରି ଆସୋସିଏଶନର କର୍ମକର୍ତ୍ତାମାନେ ଏକ ଅଟୋରେ ଯାଉଥିବାବେଳେ ପୋଲିସ ଭ୍ୟାନ ସେମାନଙ୍କୁ ପିଛା କରିଥିଲା। ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ସେମାନେ ଦାବିପତ୍ର ପ୍ରଦାନ ପାଇଁ ପହଞ୍ଚିବା ପରେ ପୋଲିସ ଭ୍ୟାନ ମଧ୍ୟ ସେଠାକୁ ଆସିଥିଲା। ଆସୋସିଏଶନର କର୍ମକର୍ତ୍ତାମାନେ ସେଠାରେ ଉପସ୍ଥିତ ଭାରପ୍ରାପ୍ତ ଅଧିକାରୀଙ୍କୁ ଆଉ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତା ମାସକ ମଧ୍ୟରେ ଦାବି ସମୂହ ପୂରଣ ନ ହେଲେ ଆସନ୍ତା ଏପ୍ରିଲ ମାସ ୧୧ତାରିଖ ହଲଦୀପାଲି ଛକରେ ରାସ୍ତା ଅବରୋଧ କରାଯିବ ବୋଲି ଆସୋସିଏଶନ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନର ସଭାପତି ମହେନ୍ଦ୍ର ଦାଶ, ଉପସଭାପତି ଅଶୋକ ଭୋଇ, ମୁଶୁ ସୁନା, ମିଥିଳା କୁମ୍ଭାର, ହରିହର ଷଣ୍ଢ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri