୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ ପାରସନାଥ ପର୍ବତ ଜୈନ ଧର୍ମାବଲମ୍ବୀଙ୍କଠାରୁ ଫେରାଇ ଆଦିବାସୀ ସମାଜକୁ ହସ୍ତାନ୍ତର କରିବା, ୧୫ ନଭେମ୍ବର ୨୦୦୦ରୁ ଗଢି ଉଠିଥିବା ଝାଡଖଣ୍ଡ ରାଜ୍ୟକୁ କୌଣସି ଆଦିବାସୀ ରାଜଭାଷାର ମାନ୍ୟତା ଦିଆଯାଇନାହିଁ। ଏଣୁ ସାନ୍ତାଳୀ ଭାଷାକୁ ଝାଡଖଣ୍ଡ ରାଜ୍ୟର ରାଜଭାଷାର ମାନ୍ୟତା ଦେବା, ଗଣତନ୍ତ୍ର ଦେଶରେ ସାମ୍ବିଧାନିକ ନିୟମ ଅନୁସାରେ ଆସାମ ଏବଂ ଆଣ୍ଡାମାନରେ ଥିବା ଆଦିବାସୀଙ୍କୁ ଏସ୍‌ଟି ମାନ୍ୟତା, ଆଦିବାସୀ ଅଞ୍ଚଳରେ ଭୂତ ପ୍ରେତ ନାମରେ ହତ୍ୟା, କଙ୍ଗାରୁକୋର୍ଟ, ମନଇଛା ଜରିମାନା, ସାମାଜିକ ବହିଷ୍କାର, ଭୋଟ କିଣାବିକା, ଆଦିବାସୀ ମହିଳା ବିରୋଧୀ ମାନସିକତା ଆଦି ଅମାନବୀୟ ପ୍ରଥାକୁ ସମାପ୍ତ କରିବା ଓ ପ୍ରଶାସନର ମାଝି ପାର୍ଗାନା ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଦିବାସୀ ଗ୍ରାମ ସମାଜରେ ଜନତନ୍ତ୍ର ଏବଂ ସାମ୍ବିଧାନିକ ଆଇନଗତ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
ଦାବିପତ୍ରର ଏକକିତା ନକଲ ଖୋର୍ଦ୍ଧା ଡିଆରଏମ୍‌, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ବ୍ୟାସନଗର ତହସିଲଦାର, ବ୍ୟାସନଗର ପୌରାଧ୍ୟକ୍ଷା ଓ ଯାଜପୁର ରୋଡ ଥାନାଧିକାରୀଙ୍କ ଅବଗତ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ଜୋନାଲ ସଭାପତି ସୁନାରାମ ମାରାଣ୍ଡି, କଲ୍ୟାଣ ବାସ୍କୋ, ଭିମ ମୁର୍ମୁ, ଗୋନାରାମ ମୁର୍ମୁ, ଗୋପାଳ ଟୁଡୁ ଓ ମାନସିଂ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଯାଜପୁର ରୋଡ୍‌ ପୋଲିସ ଉପଖଣ୍ଡ ଅଧିକାରୀ ସଞ୍ଜୟ ପଟ୍ଟନାୟକ, ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଆରପିଏଫ୍‌ ଅଧିକାରୀ ପ୍ରବୀଣ କୁମାରଙ୍କ ସମତେ ୨ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚତ୍ ରେଳଧାରଣା ଆନ୍ଦୋଳନରତ ଆଦିବାସୀଙ୍କୁ ବୁଝାଇ ଧାରଣାରୁ ବିରତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri