ଗଳାପୋଲ ନିର୍ମାଣ ଦାବିରେ ୧୮ନଂ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ,୩୦।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ଦାମୋଦରପୁର ଛକରେ ଗଳାପୋଲ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅଞ୍ଚଳର ମହିଳା ପୁରୁଷ ଏକତ୍ରିତ ହୋଇ ଦିନ ୯ଟାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ ଜାରି ରଖିଛନ୍ତି। ଘଟଣାସ୍ଥଳରେ ବାରିପଦା ଏସ୍‌ଡିପିଓ କେ.କେ. ହରିପ୍ରସାଦ, ମାଜିଷ୍ଟ୍ରେଟ ରାମଚନ୍ଦ୍ର ହାଁସଦା, ସଦରଥାନା ଭାରପ୍ରାପ୍ତ ଅଧିକାରୀ ଓ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । ଫଳରେ ରାଜପଥର ଉଭୟ ପାଶର୍‌ବରେ ଶହ ଶହ ଯାନବାହନ ଅଟକି ରହିଛି ।