ବ୍ଲକ ଯୋଗାଣ ଅଧିକାରୀ ଲାଞ୍ଚ ନେବା ଭିଡିଓ ଭାଇରାଲ

ପାତ୍ରପୁର, ୧୮ା୩(ଉମା ଚରଣ ନେପାକ): ପାତ୍ରପୁର ବ୍ଲକରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ବଳରାମ ଜେନା ଲାଇସେନ୍ସ ନବୀକରଣ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ସମ୍ପର୍କିତ ଏକ ଭିଡିଓ ଗତ ସୋମବାରଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୀମାନ୍ତ ଗୁଡ଼ିପଦର ପଞ୍ଚାୟତର ବଳରାମପୁର ଗ୍ରାମର ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ତା’ର ଲାଇସେନ୍ସ ନବୀକରଣ ଲାଗି ଜେନା ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ଭିଡିଓରୁ ଜଣାପଡିଛି। ଦାବି ମୁତାବକ ୫ ଶହ ଟଙ୍କା କମ ରହିଥିବାରୁ ଅନ୍ୟ କର୍ମଚାରୀଙ୍କୁ ୫ ଶହ ଟଙ୍କା ଗ୍ରହଣ କରିବାକୁ ସେ କହିବା ସହ ତାଙ୍କ କାଗଜପତ୍ର ଦେବାଲାଗି କହିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଏନେଇ ଯୋଗାଣ ଅଧିକାରୀ ଜେନା ଏପରି ଭାଇରାଲ ଭିଡିଓକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବଳରାମପୁର ଗ୍ରାମରେ ରାଶନ ସାମଗ୍ରୀ ବଣ୍ଟନ କରୁଥିବା ପାଣ୍ଡୁରାମ ସ୍ବୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ନବୀକରଣ ଲାଗି ୧୫ ଶହ ଟଙ୍କାର ଚାଲାଣ କାଟିବାକୁ ଥିବା ବେଳେ ସେମାନେ ମୋତେ ୧ହଜାର ଟଙ୍କା ଦେଇଥିଲେ। ବଳକା ୫ ଶହ ଟଙ୍କା ପୈଠ କଲେ ଲାଇସେନ୍ସ ନବୀକରଣ ହେବ ବୋଲି ସେ କହିଥିବା ଯୋଗାଣ ଅଧିକାରୀ ଜେନା ସଫେଇ ଦେଇଛନ୍ତି। ତେବେ ଏହି ଭାଇରାଲ ଭିଡିଓକୁ ଭିତ୍ତି କରି ଜିଲା ପ୍ରଶାସନ ଯୋଗାଣ ଅଧିକାରୀଙ୍କୁ ଉପଜିଲାପାଳଙ୍କ ନିକଟରୁ ଡାକରା ଆସିଥିବା ଜଣାପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri