କର୍ଲାମୁଣ୍ଡା,୧୨ା୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦ୍ଯାପିତ ହୋଇଯାଇଛି। ଉଦ୍ଘାଟନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା ସଭାପତିତ୍ୱ କରିଥିଲେ। ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ ମୁଖ୍ୟ ଅତିଥି, ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା ମୁଖ୍ୟ ବକ୍ତା ଓ କର୍ଲାମୁଣ୍ଡା ଖ ଯୋନ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଏବିଇଓ ଗୋପମଣୀ ସାହୁ, ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ କେସିଙ୍ଗା ବ୍ଲକ ତୁଣ୍ଡଳା ସିଆର୍ସିସି ଗୋପାଳ ପଧାନ, କାଣ୍ଡେଲ ସିଆର୍ସିସି ଅଶୁତୋଷ ଭୋଇ ରହିଥିଲେ। ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ସମ୍ମାନିତ ଅତିଥି ଭାବେ ତହସିଲଦାର ଅରୁଣ ବର୍ଗେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।


