ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ

କଟକ ସଦର,୨୧ା୪: କଟକ ସଦର ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତ (୭୨)ଙ୍କର ଗୁରୁବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସ୍ବର୍ଗତ ରାଉତ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତିରାଉତ ପାଟଣା ପଞ୍ଚାୟତରୁ ନିର୍ବାଚିତ ହୋଇ ମାର୍ଚ୍ଚ ୧୨ ତାରିଖରେ ସେ ବ୍ଲକ ଅଧ୍ୟକ୍ଷା ପଦ ଗ୍ରହଣ କରିଥିଲେ।