ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ତିନି ଦିନିଆ ବାସନ୍ତୀକ ଯାତ୍ରା ମହୋତ୍ସବ ଅତି ଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଛି। ରଙ୍ଗବେରଙ୍ଗର ଆଲୋକମାଳା ଓ ଭକ୍ତିମୟ ପରିବେଶରେ ସମଗ୍ର ଗ୍ରାମ ଝଲସି ଉଠୁଥିବା ବେଳେ, ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମଟିକୁ ‘ପୋଷ୍ୟ ଗ୍ରାମ’ ଭାବେ ଘୋଷଣା କରାଯାଇଛି।
ପ୍ରାୟ ୫୦୦ ବର୍ଷର ପୁରୁଣା ଏହି ଗ୍ରାମର ସ୍ବତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷର ଯାତ୍ରା ମହୋତ୍ସବରେ ଅଶ୍ଳୀଳତାକୁ ଦୂରେଇ ରଖି ପ୍ରାଚୀନ କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି। ସାନଖେମୁଣ୍ଡି ରାଜା ସାହେବ ବୀରକିଶୋର ଦେବ ଏହି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି। ଅଶ୍ଳୀଳତା ବିହୀନ ପୌରାଣିକ ମହାଭାରତ ନାଟକ ଏଠାରେ ମଞ୍ଚସ୍ଥ ହେଉଛି।  ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କ ସମେତ ବିଭିନ୍ନ ଶିକ୍ଷାବିତ, କଳାକାର ଓ ସାହିତ୍ୟିକମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଓ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି।
ଗ୍ରାମର ଏହି ଶୃଙ୍ଖଳିତ ପରମ୍ପରା ଓ ଏକତାକୁ ଦେଖି ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଏହି ଗ୍ରାମକୁ ବ୍ଲକର ଏକ ’ପୋଷ୍ୟ ଗ୍ରାମ’ ଭାବେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଗ୍ରାମର ସାମଗ୍ରିକ ବିକାଶ ପାଇଁ ସୌନ୍ଦର୍ଯ୍ୟପୂର୍ଣ୍ଣ ଠାକୁରାଣୀ ପାର୍କ ନିର୍ମାଣ, ପକ୍କା ରାସ୍ତା, ଉନ୍ନତ ବିଦ୍ୟାଳୟ ଓ ପାଠଗାରର ବିକାଶ, ଆଦର୍ଶ ପୁଷ୍କରିଣୀ ଓ ମଠ-ମନ୍ଦିରର ସଂସ୍କାର ଆଦି କରାଯିବ।
ଘୋଡ଼ାହାଡ଼ ନଦୀ କୂଳରେ ଅବସ୍ଥିତ ଏହି ଗ୍ରାମଟି ଅତୀତରେ ସାନଖେମୁଣ୍ଡି ଜମିଦାରୀର ପାଇକ ସୈନ୍ୟଙ୍କ ବାସସ୍ଥଳୀ ଥିଲା। ସ୍ବାଧୀନତା ଆନ୍ଦୋଳନ ଓ କୃଷକ ସଂଗ୍ରାମରେ ଏହି ଗ୍ରାମବାସୀଙ୍କ ମୁଖ୍ୟ ଭୂମିକା ରହିଥିଲା। ଆଜି ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଓ ସଂସ୍କୃତି ପ୍ରତି ଭଲପାଇବା ସମଗ୍ର ଜିଲା ପାଇଁ ଏକ ଉଦାହରଣ ସାଜିଛି। ଯାତ୍ରା କମିଟିର କର୍ମକର୍ତ୍ତା ଓ ସମଗ୍ର ତିଳେଶ୍ୱର ଗ୍ରାମବାସୀ ଏହି ମହୋତ୍ସବକୁ ସଫଳ କରିବା ପାଇଁ ଅହୋରାତ୍ର ପରିଶ୍ରମ କରୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri