Categories: ଖେଳ

୧୫ ଚୌକା, ୩ ଛକାରେ ବିସ୍ଫୋରକ ଶତକ ମାରି ଦଳର ୭୭ ପ୍ରତିଶତ ରନ୍‌ ନିଜେ କରିଦେଲେ ଏହି କ୍ରିକେଟର୍‌

ବାରବାଡୋସ୍‌,୫।୯: ସିପିଏଲ ୨୦୨୧ (ସିପିଏଲ)ର ୧୬ତମ ମ୍ୟାଚରେ ଗୁୟାନା ଆମାଜନ ୱାରିୟର୍ସ ବାରବାଡୋସ ରୟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ବାରବାଡୋସ ନିର୍ଦ୍ଧାରିତ ୨୦ ଓଭରରେ ୧୩୦ ରନରେ ଅଲଆଉଟ୍‌ ହୋଇଥିଲା। ଏହା ପରେ ଗୁୟାନା ଆମାଜନ ୱାରିୟସ ଓପନର୍‌ ଚନ୍ଦ୍ରପାଲ ହେମରାଜ ୧୪ଟି ଚୌକା ଓ ୫ ଛକା ସହାୟତାରେ ୫୬ ବଲରେ ଅପରାଜିତ ୧୦୫ ରନ କରି ଦଳକୁ ଜିତାଇଥିଲେ। ସଂଗ୍ରହ କରିଥିଲେ। ହେମରାଜଙ୍କ ଇନିଂସ ଯୋଗୁ ଗୁୟାନା ୧୪.୨ ଓଭରରେ ଗୋଟିଏ ଉଇକେଟ ହରାଇ ଏହି ମ୍ୟାଚ ଜିତିଥିଲା। ଟାର୍ଗେଟକୁ ପିଛା କରିବାରେ ହେମରାଜ କେବଳ ଗୁୟାନା ପାଇଁ ୭୭ ପ୍ରତିଶତ ରନ ସଂଗ୍ରହ କରିଥିଲେ। ହେମରାଜ ପ୍ରଥମ ଉଇକେଟ ପାଇଁ ବ୍ରାଣ୍ଡେନ କିଙ୍ଗଙ୍କ ସହ ୧୦୩ ରନର ଭାଗିଦାରୀ କରିଥିଲେ। ଏଥିରେ କିଙ୍ଗଙ୍କ ଅବଦାନ ମାତ୍ର ୧୯ ରନ ଥିଲା। ଦ୍ୱିତୀୟ ଉଇକେଟ ପାଇଁ ହେମରାଜ ଶୋଏବ ମଲିକ (୮ ଅପରାଜିତ) ଙ୍କ ସହ ଅପରାଜିତ ୩୩ ରନ ଭାଗିଦାରୀ ବାଣ୍ଟିଥିଲେ। ଏହାପୂର୍ବରୁ ଫାଫ ଡୁ ପ୍ଲେସିସ ସେଣ୍ଟ କିଟ୍ସ ଏବଂ ନେଭିସ ପ୍ୟାଟ୍ରିୟଟ୍‌ସଙ୍କ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ଡୁ ପ୍ଲେସିସ ମାତ୍ର ୫୧ ବଲରେ ଶତକ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡୁ ପ୍ଲେସିସ ସିପିଏଲ ୨୦୨୧ ର ଏହି ସିଜନରେ ସେଣ୍ଟ ଲୁସିଆ କିଙ୍ଗ୍ସର ଅଧିନାୟକ ଅଛନ୍ତି। ଡୁ ପ୍ଲେସିସ ଏହି ମ୍ୟାଚରେ ୬୦ ବଲରେ ୧୨୦ ରନ କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ୨୦୦ ଥିଲା । ଏହି ଇନିଂସରେ ସେ ୧୩ ଚୌକା ଓ ୫ ଛକା ମାରିଥିଲେ।

Share