Posted inକଟକ

ବିଜେଡିକୁ ଆଶୀର୍ବାଦ କରନ୍ତୁ: ମୁଖ୍ୟମନ୍ତ୍ରୀ

କଟକ,୨୩ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ତଳପଡିଆ କଟକ-ଇନ୍‌-କଟକ ନିକଟରେ ବିଜେଡିର କଟକ ଜିଲା ଜନସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଲୋକ ଓ କର୍ମୀଙ୍କୁ ଆପଣମାନେ କେମିତି ଅଛନ୍ତି ପଚାରିବା ସହ ଗରମ ସତ୍ତ୍ୱେ ଉପସ୍ଥିତ ରହିଥିବାରୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି। ଏଥିସହ ବିଭିନ୍ନ ଯୋଜନା ଓ ପୁରୀ ଶ୍ରୀମନ୍ଦିର କାର୍ଯ୍ୟ ଭଲ ହୋଇଛି କି ନାହିଁ, ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଭଲ ଲାଗୁଛି କି ନାହିଁ ବୋଲି ପଚାରି ବୁଝିଛନ୍ତି। ଆସନ୍ତା ଜୁଲାଇରୁ ବିଜୁଳି ଦର ମୁକ୍ତ ହେବ, ବିରୋଧୀ ଆପଣମାନଙ୍କୁ ମିଛ କହୁଛନ୍ତି, ଏପରି କି ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଆପଣମାନେ ବିଜେଡିକୁ ଆଶୀର୍ବାଦ କରନ୍ତୁ ଏବଂ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, କୋଭିଡ୍‌ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଭୂମିକା ନିଭାଇଛନ୍ତି, ସେନେଇ କୌଣସି ପ୍ରଶଂସା କରିନାହାନ୍ତି ୬ ଥର ଏମ୍‌ପି ହୋଇଥିବା ନେତା। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସେ ୬ ଥର ଏମ୍‌ପି ହୋଇଛନ୍ତି। ହେଲେ ଗତ ଡିସେମ୍ବର ୨ରେ ସଂସଦରେ କେବଳ ଭାଜପାର ପ୍ରଶଂସା କରି ନବୀନ ପଟ୍ଟନାୟକଙ୍କୁ ଅପମାନିତ ସହ ନିନ୍ଦା କରିଛନ୍ତି। ଏଭଳି ଲୋକଙ୍କ ସହ କ’ଣ କରିବାର ଆବଶ୍ୟକ ଅଛି ତାହା ସାଧାରଣ ଲୋକେ ଠିକ୍‌ ଭାବେ ଜାଣି ସାରିଛନ୍ତି। ଆସନ୍ତା ନିର୍ବାଚନରେ ଭୋଟରମାନେ ସେହି ବ୍ୟକ୍ତିଙ୍କୁ ଭୋଟ୍‌ ମାଧ୍ୟମରେ ଉଚିତ୍‌ ଜବାବ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। ଏହାସହ ଗରିବ ଲୋକଙ୍କ ପାଇଁ କମ୍‌ ସୁଧରେ ଘର ଋଣ, ପାଠ ପଢ଼ିବା ନିମନ୍ତେ ଏଜୁକେଶନ ଋଣ, ନୂଆ-ଓ ସ୍କଲାରଶିପ୍‌ ପ୍ରଦାନ, ଯେଉଁଥିରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯିବ। ରୋଜଗାର ବଢ଼ିବା ସହ ନିଯୁକ୍ତି ପ୍ରଦାନ କରାଯିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥ ଗ୍ରହଣ କରିବାମାତ୍ରେ ବିଜୁଳି ଦର ମୁକ୍ତ ହେବ। ନୂଆ ଓଡ଼ିଶା ଗଠନରେ କଟକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପାଣ୍ଡିଆନ କହିଛନ୍ତି।
ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା କହିଛନ୍ତି, କଟକ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଅବଦାନ ରହିଛି। କଟକ ତାଙ୍କ ଜନ୍ମମାଟି, ବିଶେଷ କରି ମହିଳା ସଶକ୍ତୀକରଣରେ ସେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ବେହେରା କହିଛନ୍ତି। ସେହିପରି ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ବିଶ୍ୱ ଦରବାରରେ କଟକର ଏକ ଭିନ୍ନ ଚିତ୍ର ପରିଲକ୍ଷିତ ହୋଇଛି। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବିଶ୍ୱାଳ କହିଛନ୍ତି। ସେହିପରି କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ଯେଉଁ ବିରୋଧୀ ଏବେ ନିର୍ବାଚନ ପ୍ରସଙ୍ଗ କରିଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା କଥା କାହିଁକି ନା ସେହି ବିରୋଧୀ ହିଁ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପକୁ ବିରୋଧ କରିଥିଲେ। ତେଣୁ ସେମାନଙ୍କୁ ଭୋଟ ମାଧ୍ୟମରେ ଜନସାଧାରଣ ଉଚିତ୍‌ ଜବାବ ଦେବେ ବୋଲି ବେହେରା କହିଛନ୍ତି। ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏକ ମାତ୍ର ମହାନାୟକ। ବିରୋଧୀ ଏବେ ଔଷଧ ବଦଳରେ ତାଟିଆ କାମୁଡିଲା ଭଳି ହେଉଛନ୍ତି। କାରଣ ସେମାନେ ନିଜ ସ୍ଥିତି କ’ଣ ଭଲ ଭାବେ ଜାଣି ସାରିଛନ୍ତି। ସମସ୍ତ ବିକାଶମୂଳକ କାର୍ଯ୍ୟ ବିରୋଧୀଙ୍କ ମୁହଁଙ୍କୁ ଏକ ପ୍ରକାର ବନ୍ଦ କରି ରଖିଛି ବୋଲି ସ୍ବାଇଁ କହିଛନ୍ତି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଏମ୍‌ସି ମେୟର ସୁବାସ ସିଂ, ବିଜେଡି କଟକ ଲୋକ ସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବାଙ୍କୀ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଓ କଟକକୁ ନୂତନ ଭାବେ ଗଢିବାରେ ସାରଥିର ଭୂମିକା ନିଭାଇଛନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ଗତ ନିର୍ବାଚନରେ ଯେଉଁ ନିଷ୍ପତ୍ତି ନେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ, ଠିକ୍‌ ସେହିପରି ଚଳିତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରାଇବା ନିମନ୍ତେ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଜନସମାବେଶରେ ଯୁବ ଛାତ୍ର, ମହିଳାଙ୍କ ସମେତ କଟକ ଜିଲାର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ମେୟର ସୁବାସ ସିଂ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri