Posted inକଟକ

ବିଜେଡିକୁ ଆଶୀର୍ବାଦ କରନ୍ତୁ: ମୁଖ୍ୟମନ୍ତ୍ରୀ

କଟକ,୨୩ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ତଳପଡିଆ କଟକ-ଇନ୍‌-କଟକ ନିକଟରେ ବିଜେଡିର କଟକ ଜିଲା ଜନସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଲୋକ ଓ କର୍ମୀଙ୍କୁ ଆପଣମାନେ କେମିତି ଅଛନ୍ତି ପଚାରିବା ସହ ଗରମ ସତ୍ତ୍ୱେ ଉପସ୍ଥିତ ରହିଥିବାରୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି। ଏଥିସହ ବିଭିନ୍ନ ଯୋଜନା ଓ ପୁରୀ ଶ୍ରୀମନ୍ଦିର କାର୍ଯ୍ୟ ଭଲ ହୋଇଛି କି ନାହିଁ, ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଭଲ ଲାଗୁଛି କି ନାହିଁ ବୋଲି ପଚାରି ବୁଝିଛନ୍ତି। ଆସନ୍ତା ଜୁଲାଇରୁ ବିଜୁଳି ଦର ମୁକ୍ତ ହେବ, ବିରୋଧୀ ଆପଣମାନଙ୍କୁ ମିଛ କହୁଛନ୍ତି, ଏପରି କି ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଆପଣମାନେ ବିଜେଡିକୁ ଆଶୀର୍ବାଦ କରନ୍ତୁ ଏବଂ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, କୋଭିଡ୍‌ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଭୂମିକା ନିଭାଇଛନ୍ତି, ସେନେଇ କୌଣସି ପ୍ରଶଂସା କରିନାହାନ୍ତି ୬ ଥର ଏମ୍‌ପି ହୋଇଥିବା ନେତା। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସେ ୬ ଥର ଏମ୍‌ପି ହୋଇଛନ୍ତି। ହେଲେ ଗତ ଡିସେମ୍ବର ୨ରେ ସଂସଦରେ କେବଳ ଭାଜପାର ପ୍ରଶଂସା କରି ନବୀନ ପଟ୍ଟନାୟକଙ୍କୁ ଅପମାନିତ ସହ ନିନ୍ଦା କରିଛନ୍ତି। ଏଭଳି ଲୋକଙ୍କ ସହ କ’ଣ କରିବାର ଆବଶ୍ୟକ ଅଛି ତାହା ସାଧାରଣ ଲୋକେ ଠିକ୍‌ ଭାବେ ଜାଣି ସାରିଛନ୍ତି। ଆସନ୍ତା ନିର୍ବାଚନରେ ଭୋଟରମାନେ ସେହି ବ୍ୟକ୍ତିଙ୍କୁ ଭୋଟ୍‌ ମାଧ୍ୟମରେ ଉଚିତ୍‌ ଜବାବ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। ଏହାସହ ଗରିବ ଲୋକଙ୍କ ପାଇଁ କମ୍‌ ସୁଧରେ ଘର ଋଣ, ପାଠ ପଢ଼ିବା ନିମନ୍ତେ ଏଜୁକେଶନ ଋଣ, ନୂଆ-ଓ ସ୍କଲାରଶିପ୍‌ ପ୍ରଦାନ, ଯେଉଁଥିରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯିବ। ରୋଜଗାର ବଢ଼ିବା ସହ ନିଯୁକ୍ତି ପ୍ରଦାନ କରାଯିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥ ଗ୍ରହଣ କରିବାମାତ୍ରେ ବିଜୁଳି ଦର ମୁକ୍ତ ହେବ। ନୂଆ ଓଡ଼ିଶା ଗଠନରେ କଟକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପାଣ୍ଡିଆନ କହିଛନ୍ତି।
ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା କହିଛନ୍ତି, କଟକ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଅବଦାନ ରହିଛି। କଟକ ତାଙ୍କ ଜନ୍ମମାଟି, ବିଶେଷ କରି ମହିଳା ସଶକ୍ତୀକରଣରେ ସେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ବେହେରା କହିଛନ୍ତି। ସେହିପରି ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ବିଶ୍ୱ ଦରବାରରେ କଟକର ଏକ ଭିନ୍ନ ଚିତ୍ର ପରିଲକ୍ଷିତ ହୋଇଛି। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବିଶ୍ୱାଳ କହିଛନ୍ତି। ସେହିପରି କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ଯେଉଁ ବିରୋଧୀ ଏବେ ନିର୍ବାଚନ ପ୍ରସଙ୍ଗ କରିଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା କଥା କାହିଁକି ନା ସେହି ବିରୋଧୀ ହିଁ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପକୁ ବିରୋଧ କରିଥିଲେ। ତେଣୁ ସେମାନଙ୍କୁ ଭୋଟ ମାଧ୍ୟମରେ ଜନସାଧାରଣ ଉଚିତ୍‌ ଜବାବ ଦେବେ ବୋଲି ବେହେରା କହିଛନ୍ତି। ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏକ ମାତ୍ର ମହାନାୟକ। ବିରୋଧୀ ଏବେ ଔଷଧ ବଦଳରେ ତାଟିଆ କାମୁଡିଲା ଭଳି ହେଉଛନ୍ତି। କାରଣ ସେମାନେ ନିଜ ସ୍ଥିତି କ’ଣ ଭଲ ଭାବେ ଜାଣି ସାରିଛନ୍ତି। ସମସ୍ତ ବିକାଶମୂଳକ କାର୍ଯ୍ୟ ବିରୋଧୀଙ୍କ ମୁହଁଙ୍କୁ ଏକ ପ୍ରକାର ବନ୍ଦ କରି ରଖିଛି ବୋଲି ସ୍ବାଇଁ କହିଛନ୍ତି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଏମ୍‌ସି ମେୟର ସୁବାସ ସିଂ, ବିଜେଡି କଟକ ଲୋକ ସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବାଙ୍କୀ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଓ କଟକକୁ ନୂତନ ଭାବେ ଗଢିବାରେ ସାରଥିର ଭୂମିକା ନିଭାଇଛନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ଗତ ନିର୍ବାଚନରେ ଯେଉଁ ନିଷ୍ପତ୍ତି ନେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ, ଠିକ୍‌ ସେହିପରି ଚଳିତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରାଇବା ନିମନ୍ତେ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଜନସମାବେଶରେ ଯୁବ ଛାତ୍ର, ମହିଳାଙ୍କ ସମେତ କଟକ ଜିଲାର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ମେୟର ସୁବାସ ସିଂ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri