ଜଳନ୍ତା ଜୁଇ ଭାସିଗଲା ବନ୍ୟାଜଳରେ

ଡେରାଡୁନ୍‌, ୧୯।୮: ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଲାଗି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନଈପଠାରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ହଠାତ୍‌ ନଦୀରେ ବନ୍ୟାଜଳ ଆସିଥିଲା। ବନ୍ୟା ଜଳରେ ଜଳନ୍ତା ଜୁଇ ଭାସିଯାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଏହି ଭିଡ଼ିଓ ବହୁ ୟୁଜରଙ୍କୁ ଭାବୁକ କରି ଦେଇଛି। ଜଳନ୍ତା ଜୁଇ ଭାସି ଯାଉଥିବାବେଳେ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକେ ଏବଂ ପ୍ରିୟ ପରିଜନ କେବଳ ନୀରବ ଦ୍ରଷ୍ଟା ପାଲଟି ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

Share