Categories: ଜାତୀୟ

ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ

ଜମ୍ମୁ,୨୯ ।୯: ଜମ୍ମୁ-କଶ୍ମୀରର ଉଧମପୁରରେ କିଛି ସମୟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର ରାତି ପ୍ରାୟ ୧୦ଟା ୪୫ରେ ଏକ ବସ୍‌ରେ ଏହି ବିସ୍ଫୋରଣ ହୋଇଛି । ଏହାର ଠିକ୍ ୮ ଘଣ୍ଟା ପରେ ଅର୍ଥାତ୍ ଗୁରୁବାର ସକାଳ ୬ଟାରେ ନିକଟରେ ଥିବା ଆଉ ଏକ ବସରେ ବିସ୍ଫୋରଣ ହୋଇଛି । ତେବେ ଗୁରୁବାର ହୋଇଥିବା ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ବୁଧବାର ରାତିରେ ଦୋବେଲ ଚୌକରେ ଠିଆ ହୋଇଥିବା ବସରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share