Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍‌ ବଜାରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣ ସାଲାଥିଆ ଛକ ନିକଟରେ ଘଟିଥିଲା। ପନିପରିବା ବିକ୍ରେତାଙ୍କ ରାସ୍ତାରେ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

Share