ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଉଭୟ ବିସ୍ଫୋରଣରେ ଜନସାଧାରଣ ପରିବହନକୁ ଟାର୍ଗେଟ କରାଯାଇଥିଲା। ମୃତକଙ୍କ ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ପ୍ରାଦେଶିକ ସ୍ବାସ୍ଥ୍ୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ସେପଟେ ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଦାୟୀ ବୋଲି ଦାବି କରିନାହାଁନ୍ତି।
ଗତ କିଛି ଦିନ ହେବ ଆଫଗାନିସ୍ତାନରେ ଅନେକ ବିସ୍ଫୋରଣ ଘଟିଛି। ମାଜାର-ଇ-ସରିଫରେ ଏପ୍ରିଲ ୨୧ ଅପରାହ୍ନରେ ପ୍ରାର୍ଥନା କରିବା ସମୟରେ ସେହ ଡୋକାନ ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପୂଜକଙ୍କ ମୃତ୍ୟୁ ଘଟିବା ସହ ୫୮ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ଦାୟୀ କରିଛି।

Share