ଆଫଗାନିସ୍ତାନରେ ବିସ୍ଫୋରଣ: ୧୯ ମୃତ, ୨୭ ଆହତ

କାବୁଲ,୩୦।୯: ଆଫଗାନିସ୍ତାନରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥର ରାଜଧାନୀ କାବୁଲର ଶିଆ ଅଞ୍ଚଳକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି।
କାବୁଲ ପୋଲିସର ଜଣେ ତାଲିବାନ ମୁଖପାତ୍ର କହିଛନ୍ତି, ଏହି ଆକ୍ରମଣ ଶୁକ୍ରବାର ସକାଳେ ରାଜଧାନୀ କାବୁଲର ଏକ ଶିଆ ପ୍ରାଧାନ୍ୟ ଅଞ୍ଚଳରେ କରାଯାଇଥିଲା। ଏକ ଶିକ୍ଷାନୁଷ୍ଠାନ ଭିତରେ ଏହି ବିସ୍ଫୋରଣ ଘଟିଛି। ସୂଚନା ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀ ପଠାଯାଇଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାଁନ୍ତି।

Share