ବିଦ୍ୟାଳୟରେ ବିସ୍ଫୋରଣ: ୧୬ ମୃତ, ୨୪ ଆହତ

କାବୁଲ,୩୦ା୧୧: ପୁଣି ଥରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ଦେଇଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୬ ଜଣଙ୍କ ମଧ୍ୟରେ ୧୦ ଛାତ୍ର ଅଛନ୍ତି। ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Share