କାନ୍ଦାହାର ମସଜିଦରେ ନମାଜ ସମୟରେ ବଡ ଧରଣର ବିସ୍ଫୋରଣ: ୧୬ ମୃତ, ୪୦ ଆହତ

କାନ୍ଦାହାର,୧୫ ।୧୦: ଆଫଗାନିସ୍ତାନର କାନ୍ଦହାର ସହରର ଏକ ସିୟା ମସଜିଦରେ ଶୁକ୍ରବାର ଦ୍ୱିପ୍ରହରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଜୁମେ ନମାଜ ସମୟରେ ମସଜିଦକୁ ଲାଗତାର ଦ୍ୱିତୀୟ ସପ୍ତାହରେ ବି ଟାର୍ଗେଟ କରାଯାଇଛି । ଗତ ସପ୍ତାହରେ କୁନ୍ଦୁଜ ଅଞ୍ଚଳରେ ଥିବା ମସଜିଦରେ ଏହିଭଳି ବିସ୍ଫୋରଣ କରାଯାଇଥିଲା । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି । କାନ୍ଦାହାର ଘଟଣା ଏଥିପାଇଁ ସମସ୍ତଙ୍କୁ ଚକିତ କରୁଛି କାରଣ ଏହା ତାଲିବାନର ଗଡ । ଅର୍ଥାତ୍ ଦେଶରେ ଶାସକ ତାଲିବାନର ଗଡ଼ ବି ସୁରକ୍ଷିତ ନୁହେଁ । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ସିୟା ମୁସଲିମଙ୍କୁ ସବୁବେଳେ ଟାର୍ଗେଟ କରୁଛି । କାରଣ ଆଇଏସ୍ କୁହେ ସିୟା ମୁସଲିମ ବିଶ୍ୱାସଘାତକ । ତେଣୁ ଆଇଏସ୍ ସୁନ୍ନି ମୁସଲିମଙ୍କୁ ସମର୍ଥନ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ତୁଷାର ଝଡ଼: ୧୩୦୦ରୁ ଅଧିକ ବିମାନ ବାତିଲ…

ଓ୍ବାଶିଂଟନ,୨୩।୨ : ଆମେରିକାରେ ତୁଷା ଝଡ଼ ବିପଦ ବଢ଼ିବାରେ ଲାଗିଛି। ଏହି ଝଡ଼ ପଶ୍ଚିମ ଏବଂ କେନ୍ଦ୍ରୀୟ ରାଜ୍ୟଗୁଡିକରେ ଜାରି ରହିଛି। ଫଳେରେ ସୁରକ୍ଷା କାରଣରୁ...

କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୧,୨୪୭ ରୋଗୀ ଚିହ୍ନଟ

ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ...

ଆତଙ୍କବାଦୀ ଶାଲୋବାରଙ୍କୁ ହତ୍ୟା

ଇସଲାମାବାଦ,୫ ।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କ ନିଧନ ହୋଇଛି । ଅଞ୍ଜାତ ବନ୍ଧୁକଧାରୀ ଖେବର ପଖତୁନୱାରେ ଆତଙ୍କବାଦୀ କମାଣ୍ଡର ସୈୟଦ ନୁର ଶାଲେବାରଙ୍କୁ...

ଆମେରିକା, ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୧୭।୩: ଆମେରିକା ଏବଂ ଦକ୍ଷିଣ କୋରିଆକୁ ‘କଠୋର ଚେତାବନୀ’ ଦେବା ପାଇଁ ଆନ୍ତଃ-ମହାଦୀପ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ‘ହ୍ବାସଙ୍ଗଫୋ -୧୭’ ପରୀକ୍ଷଣ କରିଛି ବୋଲି ଉତ୍ତର...

ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍‌ ଚୋରି

ଜାପାନ: ୧୫୯ ସାଇକେଲର ସିଟ୍‌ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ...

ଆମେରିକାକୁ ଚ୍ୟାଲେଞ୍ଜ୍‌, ଜାପାନ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ, ୨୭।୧ : ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କଟକଣାକୁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଲଗାତାର ଅଣଦେଖା କରିବାରେ ଳାଗିଛନ୍ତି। ଏହି ମର୍ମରେ...

ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ

ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍‌ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ...

ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ...

Advertisement
Archives

Model This Week