କାବୁଲ ମସ୍‌ଜିଦରେ ବିସ୍ଫୋରଣ: ୧୦ ମୃତ

କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ କାବୁଲସ୍ଥିତ ଖଲିଫା ସାହିବ ମସ୍‌ଜିଦରେ ଅପରାହ୍ନ ୨ଟାରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା।

Share