Categories: ଜାତୀୟ

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳର ବୋଲି କୁହାଯାଉଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ବିଭାଗର ନିଦ ହଜିଯାଇଛି। ସୋସିଆଲ୍‌ ମିଡ଼ିଆରେ ପୋଲିସ ବିଭାଗର କାର୍ଯ୍ୟ ଉପରେ ବହୁ ୟୁଜରଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ବିଭିନ୍ନ ଉତ୍ସବରେ ଉତ୍ତରପ୍ରଦେଶରେ କରାଯାଉଥିବା ଫାଙ୍କା ଗୁଳି ଚାଳନା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ କଡ଼କଣା ଜାରି ହୋଇଛି। ଏହାଯୋଗୁ ବେଳେ ବେଳେ ଧନଜୀବନ ହାନୀ ହେଉଥିବାରୁ ସରକାର ଏଭଳି ନ କରିବାକୁ ବାରଣ କରିଛନ୍ତି। ସରକାରୀ ନିୟମର ଉଲ୍ଲଂଘନ କରି କିଭଳି ଏବଂ କାହା ଅନୁମତିରେ ଏଭଳି କରାଯାଇଥିବା ୟୁଜର ପ୍ରଶ୍ନ କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍‌ପି ଅଜୟ କୁମାର ସିଂ ସୂଚନା ଦେଇଛନ୍ତି।

Share