କଳାପଥର ଲୁଟ ନିୟନ୍ତ୍ରଣ ବାହାରେ

ଯାଜପୁର,୧୧ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟ ଇସ୍ପାତ ଓ ଖଣି ବିଭାଗକୁ ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଦାୟିତ୍ୱ ମିଳିବାର ପ୍ରାୟ ୧୦ ମାସ ଅତିକ୍ରାନ୍ତ ହୋଇସାରିଛି। ଇତିମଧ୍ୟରେ ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଖୋଲିଛି। ଏହାପରେ ଜିଲାରେ ଚାଲିଥିବା ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାର ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସରକାରୀସ୍ତରରେ ଆବଶ୍ୟକ ସହଯୋଗ ଅଭାବରୁ ଜିଲା ଲଘୁ ଖଣି ବିଭାଗ ପ୍ରାୟ ସୁପ୍ତ ଥିବା ମନେହେଉଛି। ବିଶେଷକରି ଜିଲାର ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବାରେ ବିଭାଗ ପ୍ରାୟ ବିଫଳ ହୋଇଛି। ଏହି ୧୦ ମାସ ମଧ୍ୟରେ ୩ରୁ ୪ଥର ବେଆଇନ କଳାପଥର ଉତ୍ତୋଳନ ଉପରେ ଚଢାଉ କରାଯାଇଥିଲେ ହେଁ ବିଭାଗ ସେତେଟା ସଫଳ ହୋଇପାରିନାହିଁ।
ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେହି ପରିମାଣରେ କଳାପଥର ଲୁଟ୍‌ କାରବାର ବଢ଼ିବାରେ ଲାଗିଛି ବୋଲି ମତପ୍ରକାଶ ପାଉଛି। ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ଥିବା ପ୍ରାୟ ୧୪୦ ଏକର ଅଣସ୍ବୀକୃତିପ୍ରାପ୍ତ ଖାଦାନଗୁଡ଼ିକରୁ ଦିନରାତି କଳାପଥର ଲୁଟ୍‌ ହେଉଛି। ଏହାବାଦ୍‌ ଡଙ୍କାରୀ ପାହାଡ଼ରୁ ପ୍ରାୟ ୬୦ ଏକର, ବିଛାଖଣ୍ଡି ପାହାଡ଼ରୁ ପ୍ରାୟ ୧୦୦ ଏକର, ଅଞ୍ଜିରା ପାହାଡ଼ରୁ ପ୍ରାୟ ୭୦ ଏକର ଓ ବାଜବାଟି ପାହାଡ଼ରୁ ପ୍ରାୟ ୨୫ ଏକର ଅଣସ୍ବୀକୃତି ଖାଦାନଗୁଡ଼ିକରୁ ବେଆଇନ ଭାବେ କଳାପଥର ଉତ୍ତୋଳନ କରାଯାଉଛି। କେତେଜଣ ରାଜସ୍ବ ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଥାନୀୟ ପୋଲିସକୁ ହାତ କରି ବ୍ୟବସାୟୀମାନେ ଉଚ୍ଚ କ୍ଷମତାସମ୍ପନ୍ନ ମେଶିନ ଓ ବ୍ଲାଷ୍ଟିଂ ସହାୟତାରେ କଳାପଥର ଉତ୍ତୋଳନ ଜାରି ରଖିଛନ୍ତି। କିନ୍ତୁ କେତେଜଣ ଲିଜଧାରୀ କଳାପଥରର କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି କରିଛନ୍ତି। ଖାଦାନଗୁଡ଼ିକରେ କଳାପଥର ଉତ୍ତୋଳନ ହେଉଛି ସତ, ହେଲେ ସେହି ପରିମାଣରେ କ୍ରଶରଗୁଡ଼ିକୁ ପରିବହନ କରାଯାଉନାହିଁ। କ୍ରଶରଗୁଡ଼ିକରେ ଅନୁମତିଠାରୁ ଢେର ଗୁଣ ଅଧିକ ପରିମାଣର କଳାପଥର ମହଜୁଦ ଉପରେ ବିଭାଗୀୟ ତଦନ୍ତ ଭୟରେ ଏଭଳି ନୀତି ଆପଣାଯାଉଥିବା ମନେହେଉଛି। ଫଳରେ କ୍ରଶରରୁ ଉତ୍ପାଦିତ ୨୦ ଏମ୍‌ଏମ୍‌ କଳାପଥର ଟନ ପିଛା ୮୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିଯୋଗୁ ମଧ୍ୟବିତ୍ତ ପରିବାରର ଲୋକେ ଘର ଖଣ୍ଡେ ତିଆରି କରିବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ମତପ୍ରକାଶ ପାଇଛି। ଡଙ୍କାରୀ ପାହାଡ଼ରେ ଚାଲିଥିବା ବେଆଇନ ଖାଦାନଗୁଡ଼ିକ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଡଙ୍କାରୀ ପାହାଡ଼ର ୧୭ ନମ୍ବର, ୧/୪ ନମ୍ବର ଓ ୩/୯ ନମ୍ବର ଲିଜଧାରୀମାନେ ସାଟେଲାଇଟ୍‌ ମାପଚୁପ ଭୟରେ ନିକଟସ୍ଥ ଲକ୍ଷ୍ମୀ ଏକ୍ସପୋର୍ଟ ପାଇଥିବା ଖାଦାନ ଏବଂ ଅଣଲିଜ ଖାଦାନଗୁଡ଼ିକରୁ କଳାପଥର ଉତ୍ତୋଳନ କରୁଛନ୍ତି। ଏହି ମର୍ମରେ ପି.ଜେ. ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା ଓ ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ନିରଞ୍ଜନ ରାଉତଙ୍କ ବିରୋଧରେ ଲକ୍ଷ୍ମୀ ଏକ୍ସପୋର୍ଟର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ହାଇକୋର୍ଟ ୮ ସପ୍ତାହ ମଧ୍ୟରେ ତଦନ୍ତ କରିବାକୁ ୧୫ା୧୨ା୨୦୨୩ରେ ନିର୍ଦ୍ଦେଶ ଦେବା ପରେ ବି ଖଣି କିମ୍ବା ତହସିଲ ପ୍ରଶାସନ ନୀରବୀ ବସିଥିବା ଅଭିଯୋଗ ହେଉଛି। ଉପରୋକ୍ତ ସମସ୍ତ ବେଆଇନ ଖାଦାନଗୁଡ଼ିକରୁ ଆୟ ହେଉଥିବା ଅର୍ଥକୁ ଆସନ୍ତା ନିର୍ବାଚନରେ ବିନିଯୋଗ କରିବାକୁ ଏଭଳି ଲୁଟ୍‌ କାରବାର ଚାଲିଥିବା ଚର୍ଚ୍ଚା ହେଉଛି। ଏହା ପଛରେ ବହୁ ପ୍ରଭାବଶାଳୀ ନେତାଙ୍କ ଆଶୀର୍ବାଦ ଥିବାରୁ ଖଣି ହେଉ କିମ୍ବା ରାଜସ୍ବ ବିଭାଗର କୌଣସି ଧାର ଧାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏଥିପାଇଁ ଜିଲାସ୍ତରରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଛି। ତେବେ ରାଜ୍ୟସ୍ତରୀୟ ସ୍କ୍ବାଡ୍‌କୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri