ଜଙ୍ଗଲ ଜମି ମାଲଗୋଡ଼ାରୁ ଚାଲିଛି କଳାପଥର ଲୁଟ୍‌

ଯାଜପୁର ଅଫିସ,୧୪।୫: ଯାଜପୁର ଜିଲା ଧର୍ମଶାଳା ତହସିଲର କଳାପଥର ଖାଦାନ କେଳେଙ୍କାରୀକୁ ନେଇ ଏବେ ପ୍ରଶାସନ ଦୋମୁହଁା ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଗୋଟିଏ ପଟେ ପ୍ରଶାସନିକ ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ କରୁଥିବା ସାଟେଲାଇଟ୍‌ ମାପଚୁପରେ ଜଣାପଡ଼ିବା ପରେ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜରିମାନା ଆଦାୟ ପାଇଁ ନୋଟିସ ଜାରି କରିଛି। ଅନ୍ୟ ପଟେ ସେହି ଖାଦାନଗୁଡିକରୁ ପୁଣି ବେଆଇନ ଉତ୍ତୋଳନ କରିବାକୁ ପରଦା ପଛରେ ରହି ସହାୟତା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଧର୍ମଶାଳା ତହସିଲଦାରଙ୍କ ହ୍ବାଟ୍ସଆପ୍‌କୁ କେତେଜଣ ସଚେତନ ନାଗରିକ ନିୟମିତ ଭାବେ ଜିପିଏସ୍‌ ରିଡିଂ ଥିବା ଭିଡିଓ ଏବଂ ଫଟୋ ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରୁଥିଲେ ହେଁ କିଛି ବି ସୁଫଳ ମିଳୁନାହିଁ।
ଯାଜପୁର ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଶିଳ୍ପାଞ୍ଚଳରେ ନୂତନ ନିର୍ମାଣ ସମ୍ପ୍ରସାରଣ କ୍ଷେତ୍ରରେ କଳାପଥରର ଚାହିଦା ବଢ଼ିଛି। ଏହିକ୍ରମରେ ପ୍ରଶାସନ ଅଧିକ କଳାପଥର ଖାଦାନଗୁଡିକୁ ଲିଜ୍‌ ଦେଇ ଚାହିଦା ପୂରଣ କରିବାରେ ବିଫଳ ହୋଇଛି। ପାଖାପାଖି ୮୫ ଖାଦାନ ମଧ୍ୟରୁ ମାତ୍ର ୩୭ ଖାଦାନକୁୁ ଉତ୍ତୋଳନ ପାଇଁ ସରକାରୀ ସ୍ବୀକୃତି ମିଳିଛି। ଏହାବାଦ ଗୋଚର, ଅନାବାଦି ଓ ଜଙ୍ଗଲ କିସମ ଜମିରେ ପ୍ରାୟ ୧୫୦ ଖାଦାନ ରହିଛି। ଏହି ସୁଯୋଗରେ ଲିଜ୍‌ଧାରୀମାନେ ଜଙ୍ଗଲ କିସମ ଜମିକୁ ବି ଛାଡୁ ନାହାନ୍ତି। ଏଠାରେ ଜଙ୍ଗଲ କିସମ ଜମିରେ ଥିବା ମାଳଗୋଡ଼ା ପଥର ଖାଦାନକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଖାଦାନରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ପ୍ରାୟ ୨୦ ମିଟର ଗର୍ତ୍ତ ଖୋଳି କଳାପଥର ଉତ୍ତୋଳନ ଜାରି ରଖିଛନ୍ତି। ବହୁ ବର୍ଷ ହେଲା ଏଠାରେ ଏଭଳି ଲୁଟ ଚାଲିଥିଲେ ହେଁ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବାରୁ ତହସିଲ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁ। ଏହାବାଦ ନିକଟରେ ଆରୁହା କଳାପଥର ଖାଦାନରେ ଅଧିକ ଉତ୍ତୋଳନ କରିଥିବା ଅଭିଯୋଗରେ ମନୋଜ କୁମାର ସାମଲଙ୍କୁ ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କାର ଜରିମାନା କରାଯାଇଛି। ସେହିପରି ସାହାଣିଡିହ ଖାଦାନର ଲିଜ୍‌ଧାରୀ ସଂସ୍ଥା ପିଆର୍‌ପିଏଲ୍‌କୁ ୪ କୋଟି ୭୬ ଲକ୍ଷ ୯୬ ହଜାର ୯୨୬ ଟଙ୍କା ଜରିମାନା ହୋଇଛି। ଏଯାଏ ଏହାକୁ ମିଶାଇ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ସେଥିରୁ କେତେଜଣ ଲିଜ୍‌ଧାରୀ ଏହି ଜରିମାନା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏଯାଏ ଟଙ୍କାଟିଏ ବି ଅସୁଲି ହୋଇ ନାହିଁ। ତେବେ ଆହୁରି ଠିକ୍‌ ଭାବେ ମାପଚୁପ ହୋଇଥିଲେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ସରକାରଙ୍କ ଏହି ବିପୁଳ ପରିମାଣର ରାଜସ୍ବ ଲୁଟ୍‌ କାରବାରରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର, ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଧିକାରୀ ପ୍ରମୁଖଙ୍କ ସମ୍ପୃକ୍ତି ରହୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ହେଲେ ସେମାନଙ୍କୁ ପ୍ରଶାସନିକ ସୁରକ୍ଷା ଦିଆଯାଉଥିବାରୁ କେବଳ ଲିଜ୍‌ଧାରୀମାନେ ଏଥିରେ ବଳି ପଡୁଛନ୍ତି ବୋଲି ଅଭିଯୋଗ ଉଠିଛି।
ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ଲଘୁ ଖଣିଜ ଲୁଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯେଉଁ ଦୃଢୋକ୍ତି ପ୍ରକାଶ ପାଇଥିଲା ତାହା ବି ଫସର ଫାଟିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କଳାପଥର ଖାଦାନ ଲୁଟ୍‌ ଅଭିଯୋଗକୁ ନେଇ କେହି ସାମ୍ନାକୁ ଆସୁନାହାନ୍ତି। ଫଳରେ ଲିଜ୍‌ଧାରୀ କିମ୍ବା କଳାପଥର ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ ହୋଇପାରୁନାହିଁ। କଳାପଥର ଲୁଟ୍‌ କାରବାରକୁ ରୋକିବାକୁ ହେଲେ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ। ନିକଟରେ ଯେଉଁମାନେ ଧାରଣାରେ ବସିଥିଲେ ସେମାନଙ୍କ ମଧ୍ୟରୁ କେହି ବି ଲିଖିତ ଅଭିଯୋଗ କଲେ ନାହିଁ। ତଥାପି ପ୍ରଶାସନ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ବିପୁଳ ସଂଖ୍ୟାରେ ବେଆଇନ କଳାପଥର ବୋଝେଇ ଗାଡ଼ି ଜବତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?