ବ୍ଲାକ୍‌ସ୍ବାନ୍‌ ଗ୍ରୁପ୍‌ର ‘ଦ୍ୟାଟ୍‌ କର୍ମ’ରେ ଓଡ଼ିଶା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଓଡ଼ିଶାରେ ଶୁଟିଂ ହୋଇଛି ବ୍ଲାକ୍‌ସ୍ବାନ୍‌ ଗ୍ରୁପର ‘ଦ୍ୟାଟ୍‌ କର୍ମ’। ଏହି ମ୍ୟୁଜିକ ଭିଡିଓରେ ଓଡ଼ିଶା ତଥା ଭାରତର ପ୍ରଥମ କେ ପପ୍‌ ଷ୍ଟାର୍‌ ଶ୍ରେୟା ଲେଙ୍କା ଓ ତାଙ୍କ ୩ ସାଥୀଙ୍କ ଦମ୍‌ଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହା ଶୁକ୍ରବାର ୨ଟା ୩୦ରେ ବ୍ଲାକସ୍ବାନ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସହ ପୁରୁଣା ଭୁବନେଶ୍ୱରର ଐତିହ୍ୟ ଓ ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟରେ ମ୍ୟୁଜିକ ଭିଡିଓଟି ଚମକି ଉଠିଛି। ସେହିପରି ଓଡ଼ିଶୀ ନୃତ୍ୟ ମଧ୍ୟ ଏହି ଭିଡିଓରେ ସ୍ଥାନ ପାଇଛି। ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଏହି ଭିଡିଓ ମାଧ୍ୟମରେ ବିଶ୍ୱରେ ପହଞ୍ଚତ୍ପାରିଛି। ଏଥିସହ ଗ୍ରୁପ୍‌ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଦିଆଯାଇଛି। ଚଳିତବର୍ଷ ଆରମ୍ଭରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ବ୍ଲାକ୍‌ସ୍ବାନ ଗ୍ରୁପ୍‌ ଓଡ଼ିଶା ଗସ୍ତ କରିଥିଲେ। ପ୍ରତ୍ୟାବର୍ତ୍ତନ ସମୟରେ ‘କ୍ଲୋଜ୍‌ ଟୁ ମି’ ନାମରେ ଏକ ୟୁଟୁବ୍‌ ଶର୍ଟସ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ତେବେ ୨୦୨୧ରେ ‘ଦ୍ୟାଟ୍‌ କର୍ମ’ର ଟିଜର ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା। ଏହାପରେ ସେମାନେ ଏହି ଭିଡିଓ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଫ୍ୟାଶନ, ଷ୍ଟାଇଲ, ଭିଜୁଆଲ ଏବଂ ଗତିଶୀଳ କୋରିଓଗ୍ରାଫି ପାଇଁ ଏହି ଭିଡିଓକୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri