ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା ପ୍ରଘଟ କରିଦେବା ଭୟ ଦେଖାଇ ସମ୍ପୃକ୍ତ ବୃଦ୍ଧଙ୍କୁ ବ୍ଲାକମେଲ୍‌ କଲେ। ବ୍ଲାକ୍‌ମେଲ କରି କଟକ ବିଡ଼ାନାସୀର ସମ୍ପୃକ୍ତ ବୃଦ୍ଧଙ୍କଠାରୁ ସାଇବର ଅପରାଧୀ ୮୮ ଲକ୍ଷ ଠକେଇ କରି ନେଇଯିବା ମାମଲାରେ କଟକ ସାଇବର ଥାନା ପୋଲିସ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପୋବଲା ଗ୍ରାମର ମନୋଜ କୁମାର ଜେନା (୨୭), ପ୍ରଫୁଲ୍ଲ କୁମାର ବିଶ୍ୱାଳ (୬୫), ସଂଗ୍ରାମ ଜେନା (୨୨), ବରୀ ଥାନା ଅନ୍ତର୍ଗତ ଉପୁଳ ଗ୍ରାମର ବାସୁଦେବ ରାଉତ (୨୫) ଏବଂ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳ ପ୍ରସାଦ ମହତାବ ରୋଡ୍‌ର ମନୋରଞ୍ଜନ ରାଉତରାୟ (୬୦)। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ କୁମାର ଜେନା ଫେରାର ଥିବା ପୋଲିସ କହିଛି। ସେମାନଙ୍କ ନିକଟରୁ ନଗଦ ୧୪ ଲକ୍ଷ ୪୬୦ ଟଙ୍କା, ୧୬ଟି ରୁପା ମୁଦ୍ରା, ୨ ହଳ ସୁନା କାନଫୁଲ, ୧ଟି ସୁନାମୁଦି, ଗୋଟିଏ ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍‌, ଗୋଟିଏ ରୁପା ଆର୍ମଲେଟ, ୨ଟି ବାଇକ୍‌ ପୋଲିସ ଜବତ କରିଛି। ଏଥିସହ ସେମାନଙ୍କ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ଅଚଳ କରାଯାଇଛି। ଏହି ଅପରାଧ ସହ ଜଡ଼ିତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରାଯାଉଛି। ପରବର୍ତ୍ତୀ ସମୟରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏ ନେଇ କଟକ ସାଇବର ଥାନାରେ ଏକ ମାମଲା (ନଂ. ୦୯/୨୦୨୬) ରୁଜୁ ହୋଇଛି।
ମୁଖ୍ୟ ଅଭିଯୁକ୍ତ ସରୋଜ ଦୁଇ ସହଯୋଗୀଙ୍କ ସହିତ ପ୍ରାଥମିକ ଅବସ୍ଥାରେ ୨୦୨୫ ଜାନୁଆରୀରେ ଫେସ୍‌ବୁକ୍‌ ଜରିଆରେ ପୀଡ଼ିତ ବୃଦ୍ଧଙ୍କୁ ଯୋଗାଯୋଗ କରିଥିଲେ। ଚତୁରତାର ସହ ସମ୍ପର୍କ ବଢ଼ାଇ କଟକର ବିଭିନ୍ନ ହୋଟେଲରେ ବ୍ୟକ୍ତିଗତ ଭାବେ ତାଙ୍କୁ ବାରମ୍ବାର ଭେଟିଥିଲେ। ଅଭିଯୁକ୍ତ ସରୋଜ ମେଡିକାଲ ଚିକିତ୍ସା କଥା କହି ୨୦୨୫ ମେ’ରେ ୧.୪୮ ଲକ୍ଷ ଟଙ୍କା ପୀଡ଼ିତଙ୍କଠାରୁ ଅନ୍‌ଲାଇନରେ ନେଇଥିଲେ। ବୃଦ୍ଧଙ୍କ ବିଶ୍ୱାସ ବୃଦ୍ଧି କରିବା ପାଇଁ ୨ ମାସରେ ସେ ଉକ୍ତ ଟଙ୍କା ଫେରସ୍ତ ଦେଇଥିଲେ। ପୁଣି ସରୋଜ ନିଜ ଝିଅ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ। ମାତ୍ର ବୃଦ୍ଧ ମନା କରିଦେଇଥିଲେ। ଏହାପରେ ସେ ଜଣେ ମହିଳାଙ୍କ ଦ୍ୱାରା ହ୍ବାଟ୍ସଆପ୍‌ରେ ନ୍ୟୁଡ୍‌ କଲ୍‌ କରିଥିଲେ। ବୃଦ୍ଧ ଜଣଙ୍କ କଲ୍‌ ଉଠାଇବାରୁ ଅଭିଯୁକ୍ତ ସରୋଜ ତାହାକୁ ଗୁପ୍ତରେ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ସେହି ରେକର୍ଡିଂ ସୋସିଆଲ ମିଡିଆରେ ପ୍ରଘଟ କରିଦେବାର ଭୟ ଦେଖାଇ ବିଭିନ୍ନ ସମୟରେ ୮୮ଲକ୍ଷ ଟଙ୍କା ତାଙ୍କଠାରୁ ନେଇଯାଇଥିଲେ। ଅନ୍ୟ ଅଭିଯୁକ୍ତମାନେ ସରୋଜଙ୍କୁ ଏଥିରେ ସହଯୋଗ କରିଥିଲେ। ଏନେଇ ବୃଦ୍ଧ ସାଇବର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri