ସାମ୍ବାଦିକ କରାଇଦେବା ନାଁରେ ବ୍ଲାକମେଲ

କଟକ ଅଫିସ, ୨୩ା୮:କଟକର ପୁରୁଣା ସଚିବାଳୟ ମାର୍ଗରେ ସୋମବାର ଜଣେ ମହିଳା ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାର୍‌ପିଟ୍‌ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ସାମ୍ବାଦିକା କରାଇଦେବା ନାଁରେ ବ୍ଲାକ୍‌ମେଲ୍‌ କରୁଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ଦୁହେଁ ମହିଳା ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବାବେଳେ ସାମ୍ନାସାମ୍ନି ହେବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବରୁ ମହିଳା ଥାନାରେ ମହିଳା ଓ ସମ୍ପୃକ୍ତ ବ୍ୟକ୍ତି ପରସ୍ପର ବିରୋଧରେ ଏତଲା ଦାଏର କରିଥିଲେ। ଉଭୟଙ୍କ ଅଭିଯୋଗ ଆଧାରରେ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଗତ ଜୁଲାଇରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଲାଗି ପୋଲିସ ଉଭୟଙ୍କୁ ଥାନାକୁ ଡାକିଥିଲା। ସୋମବାର ଦୁହେଁ ପୃଥକ୍‌ ଭାବେ ଥାନାକୁ ଆସୁଥିଲେ। ତେବେ ବାଟରେ ଉଭୟଙ୍କର ଭେଟ ହୋଇଥିଲା। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମହିଳା ଜଣକ ମାଡ଼ ମାରିଥିଲେ। ଥାନାଠାରୁ କିଛି ଦୂରରେ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରିନାହାନ୍ତି। ତେଣୁ ଘଟଣାକ୍ରମ ସନ୍ଦେହ ଘେରକୁ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୂର୍ବରୁ ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ପୁରୀଘାଟ ଥାନା ଅନ୍ତର୍ଗତ ହଜାରିଲେନ୍‌ ଅଞ୍ଚଳର ଉକ୍ତ ମହିଳାଙ୍କୁ ସାମ୍ବାଦିକା କରାଇଦେବା ନଁାରେ ଜଣେ ଯୁବକ ବ୍ଲାକମେଲ କରିଥିଲେ। ଦୀର୍ଘ ୫ବର୍ଷ ଧରି ତାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହିତ ଟଙ୍କା, ସୁନା ଆଦି ନେଇ ପ୍ରତାରଣା କରିଆସୁଥିଲେ। ତାଙ୍କ କଥାରେ ରାଜି ନ ହେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଅନ୍ୟ ଜଣେ ଯୁବକ ସାମିଲ ଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ମହିଳା ଥାନା ଆଇଆଇସି ଅନୁସୂୟା ନାୟକ କହିଛନ୍ତି, ସୋମବାର ସେମାନଙ୍କ ମଧ୍ୟରେ କ’ଣ ସବୁ ହୋଇଛି ସେନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ। ତେବେ ପୂର୍ବରୁ ମହିଳା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri