ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍‌ହୋଲ୍‌: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି

କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍‌ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍‌ହୋଲଟି ଏତେ ଦ୍ରୁତଗତିରେ ବଢ଼ୁଛି ଯେ, ପ୍ରତି ସେକେଣ୍ଡରେ ଏହା ଗୋଟିଏ ପୃଥିବୀ ଆକାରର ଗ୍ରହକୁ ଗିଳୁଛି। କୌଣସି ବ୍ଲାକହୋଲ ଏତେ ଦ୍ରୁତଗତିରେ ବଢ଼ୁଥିବା ବାବଦରେ ତଥ୍ୟ ନ ଥିବାରୁ ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟି (ଏଏନ୍‌ୟୁ)ର ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ଏକ ବିରଳ ଘଟଣା ଅଭିହିତ କରିଛନ୍ତି। ଏହି ବ୍ଲାକ୍‌ହୋଲର ଉଜ୍ଜ୍ୱଳତା ଆମ ଆକାଶଗଙ୍ଗା ଗ୍ୟାଲେକ୍ସିରେ ଥିବା ପ୍ରତିଟି ତାରକାଠାରୁ ୭ ହଜାର ଗୁଣ ଅଧିକ। ଫଳରେ ଉପଯୁକ୍ତ ଉପକରଣ ମାଧ୍ୟମରେ ତାହା ଦୃଶ୍ୟମାନ ହୋଇପାରୁଛି। ଏ ନେଇ ଏଆର୍‌ଏକ୍ସଆଇଭିରେ ପ୍ରକାଶ ପାଇଥିବା ରିପୋର୍ଟ ଅଷ୍ଟ୍ରେଲିଆର ପବ୍ଲିକେଶନ୍‌ସ ଅଫ୍‌ ଦି ଆଷ୍ଟ୍ରୋନୋମିକାଲ ସୋସାଇଟିରେ ଦାଖଲ ହୋଇଛି।
ପୂର୍ବରୁ ଏତେ ବର୍ଷ ପୁରୁଣା ବ୍ଲାକ୍‌ହୋଲଗୁଡ଼ିକ ବଢ଼ିବା ବନ୍ଦ ହୋଇଯାଇଥିବାବେଳେ ସଦ୍ୟ ଠାବ ହୋଇଥିବା କୃଷ୍ଣଗର୍ତ୍ତଟି କିନ୍ତୁ ନିଜର ଆକାର ବଢ଼ାଇ ଚାଲିଛି। ଏହା ଆକାଶଗଙ୍ଗା ଗ୍ୟାଲେକ୍ସି ନିକଟରେ ଥିବା ସାଗିଟାରିଅସ୍‌-ଏ ବ୍ଲାକ୍‌ହୋଲଠାରୁ ୫୦୦ ଗୁଣା ଅଧିକ ବୋଲି ଜଣାଯାଇଛି। ତେଣୁ ସମ୍ପୂର୍ଣ୍ଣ ଆକାଶଗଙ୍ଗାକୁ ମଧ୍ୟ ବ୍ଲାକହୋଲ୍‌ଟି ନିଜ ଭିତରକୁ ଟାଣି ନେଇପାରିବ। ବ୍ଲାକହୋଲଟି ବିସ୍ତାର କରିବା ନେଇ ଏଏନ୍‌ୟୁ ରିସର୍ଚ୍ଚ ସ୍କୁଲ ଅଫ୍‌ ଆଷ୍ଟ୍ରୋନୋମି ଆଣ୍ଡ୍‌ ଆଷ୍ଟ୍ରୋଫିଜିକ୍ସର ପ୍ରମୁଖ ଗବେଷକ କ୍ରିଷ୍ଟୋଫର ଓନ୍‌କେନ କହିଛନ୍ତି, ଦୁଇଟି ବଡ଼ ଗ୍ୟାଲେକ୍ସି ପରସ୍ପର ସହ ଧକ୍କା ହେବା ଏହାର କାରଣ ହୋଇପାରେ। ଏଥିରୁ ନିର୍ଗମନ ହୋଇଥିବା ବିପୁଳ ମାତ୍ରାରେ ଊର୍ଜା ବ୍ଲାକ୍‌ହୋଲକୁ ବିସ୍ତାର କରାଇବାରେ ସାହାଯ୍ୟ କରୁଥିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କେନ୍ଦ୍ର ବା କ୍ୱାସରର ନାମ ଏସ୍‌ଏମ୍‌ଏସ୍‌ଏସ୍‌ ଜେ୧୧୪୪୪୭.୭୭- ୪୩୦୮୫୯.୩ ରଖାଯାଇଛି। ଅଷ୍ଟ୍ରେଲୀୟ ଗବେଷକଙ୍କ ଦ୍ୱାରା ଠାବ ହୋଇଥିବା ଏହି କୃଷ୍ଣଗର୍ତ୍ତର ଭିଜୁଆଲ ମାଗ୍ନିଚ୍ୟୁଡ୍‌(ପୃଥିବୀରୁ ଦେଖାଯାଇପାରୁଥିବ ଜିନିଷର ଉଜ୍ଜ୍ୱଳତା ମାପକ) ୧୪.୫ ରହିଛି। ଅନ୍ଧାରିଆ ସ୍ଥାନରୁ ଏକ ଉନ୍ନତ ଟେଲିସ୍କୋପ ମାଧ୍ୟମରେ ଯେ କେହି ବି ବ୍ଲାକହୋଲଟିକୁ ଦେଖିପାରିବେ।
ଉଲ୍ଲେଖଯୋଗ୍ୟ, କୌଣସି ତାରକାର ମୃତ୍ୟୁ ପରେ ବ୍ଲାକ୍‌ହୋଲର ସୃଷ୍ଟି ହୋଇଥାଏ। ଏହାର ମାଧ୍ୟାକର୍ଷଣ କ୍ଷେତ୍ର ଏତେ ଅଧିକ ରହିଥାଏ ଯେ ଅନ୍ୟ ତାରକାକୁ ଏହା ନିଜ ଭିତରକୁ ଟାଣି ନେଇ ସମ୍ପୂର୍ଣ୍ଣ ଭାବେ ଗିଳିଦେଇପାରେ। ଏହା ମଧ୍ୟ ଦେଇ ଆଲୋକ ପ୍ରବେଶ କରିପାରୁ ନ ଥିବାରୁ ବ୍ଲାକ୍‌ହୋଲ ଦୃଶ୍ୟମାନ ହୋଇପାରି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୩୧ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri