କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ତଥାପି ରୋଗୀ ଘୃଣାର ଶିକାର ହେଉଛନ୍ତି। ବ୍ୟାପକ ସଚେତନତା ସତ୍ତ୍ୱେ ସେମାନଙ୍କ ପ୍ରତି ରହିଥିବା ମାନସିକତା ବଦଳୁନାହିଁ। ସାମାଜିକ ବାସନ୍ଦ, ଦାରିଦ୍ର୍ୟର ତାଡ଼ନାର ଶିକାର ହୋଇ ସେମାନେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଦେଓଗଁା ପଂଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ। କୁଷ୍ଠ ରୋଗରେ ଆକ୍ରାନ୍ତ କାଳିଆ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଯୁବକ ସାମାଜିକ ବାସନ୍ଦର ଶିକାର ହେବା ପରେ ଘଞ୍ଚ ଜଙ୍ଗଲରେ ବୃଦ୍ଧ ବାପାଙ୍କ ସହ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବାପାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ଦୁଇପ୍ରାଣୀ ବଡ଼ କଷ୍ଟରେ ଚଳୁଥିବାବେଳେ ପ୍ରଶାସନ କାନରେ କାଳିଆଙ୍କ ଯନ୍ତ୍ରଣାର ଚିତ୍କାର ବାଜୁ ନ ଥିବା ଅଭିଯୋଗ ହୋଇଛି।
ମହୁଲଖୋଳି ଗ୍ରାମଠାରୁ ୨ କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଝାଟିମାଟିର ଏକ କୁଡ଼ିଆ। ସେହି କୁଡ଼ିଆରେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ୩୬ ବର୍ଷୀୟ କାଳିଆ ଏବଂ ତାଙ୍କ ୬୫ ବର୍ଷୀୟ ବୃଦ୍ଧ ବାପା ହୃଦାନନ୍ଦ। କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସାହିବାସୀ କାଳିଆଙ୍କ ହାତ ଛାଡ଼ିଦେଲେ। ଅଛୁଅଁା କହି ପାଖ ମାଡ଼ିଲେନି। ଫଳରେ ବୃଦ୍ଧ ବାପାଙ୍କୁ ଧରି ଜଙ୍ଗଲରେ ଏକ କୁଡ଼ିଆ କରି ସେଠାରେ ମୁଣ୍ଡ ଗୁଞ୍ଜିଛନ୍ତି କାଳିଆ। ଉପଯୁକ୍ତ ଚିକିତ୍ସା ଅଭାବ ଏବଂ ସାମାଜିକ ତାଡ଼ନାର ଶିକାର ହେବା ପରେ ଉଭୟଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆର୍ଥିକ ଅନଟନ ମଧ୍ୟରେ ଦୁହେଁ ଦିନ କାଟୁଥିବାବେଳେ ଅନ୍ୟର ହାତ ଟେକାକୁ ଚାହିଁ ରହୁଛନ୍ତି। ଅଧିକାଂଶ ଦିନ ଭୋକ ଓପାସରେ କଟୁଛି। ଅନ୍ୟ ଉପାୟ ନ ଥିବାରୁ ବାଧ୍ୟ ହୋଇ ବାପପୁଅ ଖରା, ବର୍ଷା, ଶୀତକାକରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। କାଳିଆ କୁହନ୍ତି, ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। ନା ଅଛି ଆଧାର କାର୍ଡ ନା ମିଳୁଛି ରାଶନ। ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ କିଛିଦିନ ତଳେ ସେ ପହଞ୍ଚତ୍ଥିଲେ ବେଲଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ। ହେଲେ ସେଠାକାର ସ୍ବାସ୍ଥ୍ୟ ଅଧିକାରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପାରିସ କରିଦେଇ କାମ ସାରିଦେଲେ। ହାତରେ ସମ୍ବଳ ନ ଥିବାରୁ ଚିକିତ୍ସା ହୋଇପାରୁନାହିଁ। ଏଥିପ୍ରତି ବ୍ଲକ ପ୍ରଶାସନ, ଜନପ୍ରତିନିଧି ଦୃଷ୍ଟି ଦେବାକୁ ଦାବି ହେଉଛି।
ଏ ସମ୍ପର୍କରେ ସରପଞ୍ଚ ସାଗରିକା ସାହୁ କୁହନ୍ତି, ପଞ୍ଚାୟତ ପ୍ରଶାସନ କାଳିଆଙ୍କ ପାଖକୁ ଯାଇ ସମସ୍ୟା ବୁଝିବ। ତାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହିତ ଚିିକିତ୍ସା ସେବା ଯୋଗାଇ ଦିଆଯିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri