ଓଡ଼ିଶାରେ କଳାବାଘ ପରିବାର

ଭୁବନେଶ୍ୱର, ୮।୧(ଅସମାପିକା ସାହୁ): ଓଡ଼ିଶା ଜଙ୍ଗଲରେ ବାରମ୍ବାର କଳାବାଘ ଦେଖିବାକୁ ମିଳୁଛି। ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି କଳାବାଘ ଏକାଥରକେ ବୁଲୁଥିବା ଦେଖାଯାଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ଏମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। କଳା ବାଘ ପରିବାରର ଏକ ଭିଡିଓକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ଲେଖିଛନ୍ତି। ଭିଡିଓରୁ ୪ଟି ଯାକ ମହାବଳ ବାଘ ବୋଲି ଜଣାପଡ଼ୁଛି। ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ଭାବେ ବିବେଚନା କରାଯାଉଥିବାବେଳେ ଏହି ଭିଡିଓଟି ଶିମଳିପାଳର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ବାଘ ଗଣନା ଚାଲୁଥିବା ବେଳେ ଗତବର୍ଷ ନଭେମ୍ବର ୨୯ରେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖାଯାଇଥିଲା। ଏହାପରେ ଡିସେମ୍ବର ୨ରେ ୨ଟି କଳାବାଘ ଦେଖାଯାଇଥିଲା। ତେବେ ସେହି ଦୁଇଟିଯାକ ମହାବଳ ବାଘ ବୋଲି ଫଟୋରୁ ସ୍ପଷ୍ଟ ହୋଇଥିବାବେଳେ ସେହି ସ୍ଥାନ ଶିମିଳିପାଳର ବୋଲି ଅନୁମାନ କରାଯାଇଥିଲା। ଅପରପକ୍ଷେ ବାରମ୍ବାର ଏହି କଳା ବାଘ ଦେଖାଯିବା ଭଲ ଖବର ନୁହେଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ସେମାନଙ୍କ ମତରେ କଳାବାଘ ଦେଖାଯିବା ପ୍ରକୃତି ପାଇଁ ଶୁଭଙ୍କର ନୁହେଁ। ପ୍ରାକୃତିକ ବାଘ (ରୟାଲ ବେଙ୍ଗଲ ଟାଇଗର) ସଂଖ୍ୟା ପାଇଁ ଏହା ଏକ ଓ୍ବାର୍ନିଂ। କାରଣ ଏମାନଙ୍କ ସଂଖ୍ୟା ବୋଧ ହୁଏ କମିବାରେ ଲାଗିଛି। ତେଣୁ କଳାବାଘ ବାରମ୍ବାର ଦେଖାଯାଉଛନ୍ତି। ସେଥିପାଇଁ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri