ଟିପିସିଓଡିଏଲ୍‌କୁ ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଇ) ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ଟିପିସିଓଡିଏଲ୍‌କୁ ଉପରୋକ୍ତ ସମ୍ମାନ ଦିଆଯାଇଛି। ନୂଆଦିଲ୍ଲୀର ତାଜ୍‌ ପ୍ୟାଲେସ୍‌ଠାରେ ଆୟୋଜିତ ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡସର ୮ମ ସଂସ୍କରଣରେ ଟିପିସିଓଡିଏଲ୍‌କୁ ‘ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡ’ (ଶ୍ରେଷ୍ଠ କର୍ପୋରେଟ୍‌-କ୍ଷୁଦ୍ର ଓ ଉଦୀୟମାନ ବର୍ଗ-୨୦୨୩)ରେ ପୁରସ୍କୃତ କରାଯାଇଛି। ଉକ୍ତ ସମ୍ମାନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକ ସଭାର ବାଚସ୍ପତି ଓମ୍‌ ବିର୍ଲା ଟିପିସିଓଡିଏଲ୍‌କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂ କହିଛନ୍ତି, ସିଏସଆର କ୍ଷେତ୍ର ଲାଗି ଆମକୁ ଏଭଳି ଏକ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସମାଜରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ଆମର ଉଦ୍ୟମକୁ ଜାରି ରଖିବାରେ ଏହା ଆମକୁ ଅନୁପ୍ରାଣିତ କରିବ। ବିଶେଷକରି ‘ଶ୍ରେଷ୍ଠ କର୍ପୋରେଟ୍‌, କ୍ଷୁଦ୍ର ଓ ମଧ୍ୟମ ବର୍ଗ-୨୦୨୩’ ପୁରସ୍କାର ହେଉଛି, ସମଗ୍ର ଟିପିସିଓଡିଏଲ୍‌ ଟିମ୍‌ର ସମର୍ପଣ ଓ କଠିନ ପରିଶ୍ରମର ପ୍ରମାଣ। ଆଇସିଏସ୍‌ଆଇର ମାନ୍ୟତାପ୍ରାପ୍ତ (ସାର୍ଟିଫାଏଡ୍‌) ଅଡିଟରମାନଙ୍କ ଦ୍ୱାରା କ୍ଷେତ୍ର ଅନୁଧ୍ୟାନ କରାଯିବା ପରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ତିରଥ ସିଂହ ଠାକୁରଙ୍କ ନେତୃତ୍ୱାଧୀନ ଏକ ବିଚାରକ ମଣ୍ଡଳୀ ତାହାକୁ ମାନ୍ୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri