ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ ହୋଇଛି। ଉକ୍ତ କଳାପଥର ଗତ ମେ ୧୬ ତାରିଖରେ ପାହାଡ଼ରୁ ଧସିଯାଇଥିଲା। ଫଳରେ କଳାପଥର ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଲଘୁ ଖଣି ବିଭାଗ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରାଯାଇ ଧସିଥିବା ପ୍ରାୟ ୪୦ ହଜାର ଟନ କଳାପଥରକୁ ମହଜୁଦ ରଖାଯାଇଥିଲା, ଯାହାର ମୂଲ୍ୟ ଆନୁମାନିକ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଜାରି ହୋଇଥିଲା। ଏହାସତ୍ତ୍ୱେ କେଉଁମାନେ ମୂଲ୍ୟବାନ କଳାପଥରକୁ ଚୋରି କରି ନେଇଗଲେ ତାହା ସାଧାରଣରେ ନାନା ଆଶଙ୍କା ଉଙ୍କିମାରିଛି। ଏପରିକି ସରକାରଙ୍କ ଉକ୍ତ ରାଜସ୍ବ କ୍ଷତି ପାଇଁ କେଉଁମାନେ ଦାୟୀ ରହିବେ ଏବଂ ସରକାର କ’ଣ ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ମାମଲା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଚାଲିଥିବାବେଳେ ରକ୍ତଭିଜା କଳାପଥରକୁ ଲୁଟି ନିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ ଡଙ୍କାରୀ ପାହାଡ଼ର ଖାତା ନମ୍ବର ୪୬୫ରେ ପ୍ଲଟ୍‌ ନମ୍ବର ୧୨୮(ପି) ଓ ୪୫(ପି)ର ୪ ଏକର ଜମିରେ କଳାପଥର ଉତ୍ତୋଳନ ପାଇଁ ଲିଜଧାରୀ ନାରାୟଣ ରାଉତଙ୍କୁ ଅନୁମତି ମିଳିଥିଲା। ହେଲେ ଲିଜଧାରୀ ଅନୁମତି ଅଞ୍ଚଳ ବାହାରେ ବିସ୍ଫୋରଣ କରୁଥିବା ସମୟରେ ପ୍ରାୟ ୪୦ ମିଟର ଅଞ୍ଚଳ ପାହାଡ଼ ଧସି ପଡ଼ିଥିଲା। ଏହାକୁ ଉଦ୍ଧାର କରିବା ପାଇଁ ପ୍ରାୟ ୪ ଦିନ ସମୟ ଲାଗିଥିଲା। ତେବେ ଧସିଥିବା କଳାପଥର ତଳେ ୩ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ନିର୍ଦ୍ଦେଶକ(ଡିଜିଏମ୍‌ଏସ୍‌), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ରାଜ୍ୟ ଖଣି ବିଭାଗ, ରାଜସ୍ବ ଅଧିକାରୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ। ଲଘୁ ଖଣି ବିଭାଗ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରି ୭୯୯୯୯.୪୧ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡ଼ିବା ପରେ ଲିଜଧାରୀଙ୍କୁ ୩ କୋଟି ୮୧ ଲକ୍ଷ ଟଙ୍କା ଜରିମାନା ଭାବେ ଡିମାଣ୍ଡ ନୋଟିସ ହୋଇଥିଲା। ଏହାବାଦ୍‌ ଏସ୍‌ପିସିବି ପକ୍ଷରୁ ପରିବେଶଗତ କ୍ଷତିପୂରଣ ବାବଦକୁ ୩ କୋଟି ୫୭ ଲକ୍ଷ ଜରିମାନା ନିର୍ଦ୍ଦେଶ ହୋଇଛି। ଜେନାପୁର ଥାନାରେ ଲିଜ୍‌ଧାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏଯାଏ କାହାରିକୁ ଗିରଫ କରାଯାଇପାରିନାହିଁ। ସେହିପରି ୟୁଥ ୟୁନାଇଟେଡ ଫର ସଷ୍ଟେନେବୁଲ ଏନ୍‌ଭାଇରନ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ଏନ୍‌ଜିଟିରେ ୧୪୭/୨୦୨୪/ଇଜେଡ୍‌ରେ ଏକ ମାମଲା ରୁଜୁ ହୋଇଛି। ଏଭଳି ନ୍ୟାୟିକ ପ୍ରକ୍ରିୟା ଚାଲିଥିବାବେଳେ ୧୪୪ ଧାରା ଅଞ୍ଚଳରୁ କଳାପଥର ଚୋରି ହେବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏହାବାଦ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ (ଡିଡିଏମ୍‌) ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ମହଜୁଦ କଳାପଥର ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିଲା। ଦିନେ ଦୁଇଦିନ ମଧ୍ୟରେ ମହଜୁଦ କଳାପଥର ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ଥିଲା। କିନ୍ତୁ ଚୋରି ହେବା କଥା ତାଙ୍କ ପାଖରେ ଖବର ନାହିଁ। ରବିବାର ଘଟଣାସ୍ଥଳ ଗସ୍ତ କରି ଆବଶ୍ୟକ ତଦନ୍ତ କରିବେ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri