ସ୍କୁଲ ନିକଟରେ କଳାପଥର ଖାଦାନ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ କଳାପଥର ଖାଦାନରେ ଲଘୁ ଖଣିଜ ନୂତନ ସଂଶୋଧନ ଆଇନର ଉଲ୍ଲଂଘନ ନୂଆ କଥା ନୁହେଁ। ବିପୁଳ କୋଟି ଟଙ୍କା ଆୟ କରିବାକୁ ଜନବସତି, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯାଉନାହିଁ। ଏହିକ୍ରମରେ ମୁକୁନ୍ଦପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂର ଭିତରେ ଥିବା ଅଞ୍ଜିରା ୭ ନମ୍ବର ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ହାଇଦ୍ରାବାଦ ନାଗାର୍ଜୁନ ହିଲର ପିଏସ୍‌କେ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିଃକୁ ୨୭ା୩ା୨୦୨୪ରୁ ଅନୁମତି ମିଳିଛି। ଏହି ସଂସ୍ଥା ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଲାଷ୍ଟିଂ କରାଯାଇ ଉକ୍ତ ଖାଦାନ ଚାଲିଛି। ଏହାସହ ନିକଟରେ ଏକ ବେସରକାରୀ ଜମିକୁ ଲିଜ ନେଇ ଉପରୋକ୍ତ ସଂସ୍ଥା ଏକ କ୍ରଶର ଚଳାଇଛି। ଫଳରେ ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁ କୋମଳମତି ସ୍କୁଲ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଏହି କଳାପଥର ଖାଦାନକୁ ବନ୍ଦ କରାଯିବା ସହ ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ ପିଏସକେ ସଂସ୍ଥାକୁ ୫ ବର୍ଷ ପାଇଁ ୬ ଲକ୍ଷ ଘନମିଟର କଳାପଥର ଉତ୍ତୋଳନ କରିବାକୁ ଅନୁମତି ଥିବାବେଳେ ଏହି ୪ ମାସ ମଧ୍ୟରେ ଦିନରାତି ବ୍ଲାଷ୍ଟିଂ କରି ପ୍ରାୟ ୧ ଲକ୍ଷ ଘନମିଟର ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି।
ଅନୁମତିଠାରୁ ଢେରଗୁଣ ଅଧିକ କଳାପଥର ଲୁଟ୍‌ ଅଭିଯୋଗ ହେବା ପରେ ୨୦୨୩ ମାର୍ଚ୍ଚରୁ ସାଟେଲାଇଟ ମାପଚୁପ ଅନୁସାରେ ୧୯ ଜଣ ଲିଜଧାରୀଙ୍କଠାରୁ ୩୧୩.୪ କୋଟି ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସେତେବେଳେ ମାପଚୁପରେ ବ୍ୟାପକ ଅନିୟମିତତା କରାଯାଇ ପ୍ରାୟ ୫୦୦୦ କୋଟି ଟଙ୍କା ବଦଳରେ ଏତେ କମ୍‌ ଜରିମାନା ଧାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଲିଜଧାରୀମାନେ ଆଇନର ଆଶ୍ରୟ ନେଇ ଜରିମାନା ନ ଦେଇ ବସି ରହିଛନ୍ତି। ଏଥିରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପରୋକ୍ଷ ସହଯୋଗ ରହିଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ପାରିପାର୍ଶ୍ୱିକ ପ୍ରଭାବକୁ ନିରୀକ୍ଷଣ ନ କରି କଳାପଥର ଖାଦାନ ଚୟନ ହୋଇଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଆରୁହା ବିଏସକ୍ୟୁ ନମ୍ବର-୨ ସଇରାତ ନମ୍ବର ୧୬/୧୬-୧୭ ଏବଂ ୩୪/୨୧-୨୨ ନମ୍ବର ଦୁଇଟି ଖାଦାନ ପ୍ରାଥମିକ ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା ମଧ୍ୟରେ ଚାଲିଥିବା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ସ୍କୁଲ ପିଲାଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି। ଏଯାଏ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ଅନୁରୂପ ଭାବେ ଅଞ୍ଜିରା ୭ ନମ୍ବର ଖାଦାନ ନିକଟରେ ସ୍କୁଲ ଥିବାରୁ ପିଲାମାନେ ବାୟୁ ଏବଂ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ହୋଇପଡୁଛନ୍ତି। ପାଠପଢ଼ାରେ ପିଲାମାନଙ୍କ ଧ୍ୟାନ ରହୁନାହିଁ। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରି ଉପଯୁକ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ୧ ବର୍ଷ ପୂର୍ବେ ରାଜସ୍ବ ବିଭାଗ ଅଧୀନରେ ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଭାର ରହିଥିଲା। ଏବେ ଯାଜପୁରରେ ଏକ ଲଘୁ ଖଣି ନିର୍ଦ୍ଦେଶାଳୟ ଖୋଲିଛି। ଏହି କାର୍ଯ୍ୟାଳୟରେ ଜଣେ ଉପନିର୍ଦ୍ଦେଶକଙ୍କ ସମେତ ୫ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଏହି ଲଘୁ ଖଣି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଯାଜପୁର ଜିଲାରେ ମୋରମ, କଳାପଥର, ବାଲି, ମାଙ୍କଡା ପଥର ଇତ୍ୟାଦି ବେଆଇନ ଭାବେ ପରିବହନ ସୀମା ଲଂଘିଛି ବୋଲି ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଲଘୁ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଅଞ୍ଜିରା ୭ ନମ୍ବର କ୍ୱାରୀ ଜିଲା କମିଟି ଦ୍ୱାରା ପୂର୍ବରୁ ଚୟନ ହୋଇଛି। ତଦନୁସାରେ ଲିଜ୍‌ ଦିଆଯାଇଛି। ଏହାସହ ଅନୁମତିଠାରୁ ଅଧିକ ଉତ୍ତୋଳନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍କୁଲ ପିଲାମାନଙ୍କ ସମସ୍ୟା ଯଦି ହେଉଛି ସେ ନେଇ ଅନୁଧ୍ୟାନ ହେବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri