ସ୍କୁଲ ନିକଟରେ କଳାପଥର ଖାଦାନ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ କଳାପଥର ଖାଦାନରେ ଲଘୁ ଖଣିଜ ନୂତନ ସଂଶୋଧନ ଆଇନର ଉଲ୍ଲଂଘନ ନୂଆ କଥା ନୁହେଁ। ବିପୁଳ କୋଟି ଟଙ୍କା ଆୟ କରିବାକୁ ଜନବସତି, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯାଉନାହିଁ। ଏହିକ୍ରମରେ ମୁକୁନ୍ଦପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂର ଭିତରେ ଥିବା ଅଞ୍ଜିରା ୭ ନମ୍ବର ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ହାଇଦ୍ରାବାଦ ନାଗାର୍ଜୁନ ହିଲର ପିଏସ୍‌କେ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିଃକୁ ୨୭ା୩ା୨୦୨୪ରୁ ଅନୁମତି ମିଳିଛି। ଏହି ସଂସ୍ଥା ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଲାଷ୍ଟିଂ କରାଯାଇ ଉକ୍ତ ଖାଦାନ ଚାଲିଛି। ଏହାସହ ନିକଟରେ ଏକ ବେସରକାରୀ ଜମିକୁ ଲିଜ ନେଇ ଉପରୋକ୍ତ ସଂସ୍ଥା ଏକ କ୍ରଶର ଚଳାଇଛି। ଫଳରେ ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁ କୋମଳମତି ସ୍କୁଲ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଏହି କଳାପଥର ଖାଦାନକୁ ବନ୍ଦ କରାଯିବା ସହ ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ ପିଏସକେ ସଂସ୍ଥାକୁ ୫ ବର୍ଷ ପାଇଁ ୬ ଲକ୍ଷ ଘନମିଟର କଳାପଥର ଉତ୍ତୋଳନ କରିବାକୁ ଅନୁମତି ଥିବାବେଳେ ଏହି ୪ ମାସ ମଧ୍ୟରେ ଦିନରାତି ବ୍ଲାଷ୍ଟିଂ କରି ପ୍ରାୟ ୧ ଲକ୍ଷ ଘନମିଟର ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି।
ଅନୁମତିଠାରୁ ଢେରଗୁଣ ଅଧିକ କଳାପଥର ଲୁଟ୍‌ ଅଭିଯୋଗ ହେବା ପରେ ୨୦୨୩ ମାର୍ଚ୍ଚରୁ ସାଟେଲାଇଟ ମାପଚୁପ ଅନୁସାରେ ୧୯ ଜଣ ଲିଜଧାରୀଙ୍କଠାରୁ ୩୧୩.୪ କୋଟି ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସେତେବେଳେ ମାପଚୁପରେ ବ୍ୟାପକ ଅନିୟମିତତା କରାଯାଇ ପ୍ରାୟ ୫୦୦୦ କୋଟି ଟଙ୍କା ବଦଳରେ ଏତେ କମ୍‌ ଜରିମାନା ଧାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଲିଜଧାରୀମାନେ ଆଇନର ଆଶ୍ରୟ ନେଇ ଜରିମାନା ନ ଦେଇ ବସି ରହିଛନ୍ତି। ଏଥିରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପରୋକ୍ଷ ସହଯୋଗ ରହିଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ପାରିପାର୍ଶ୍ୱିକ ପ୍ରଭାବକୁ ନିରୀକ୍ଷଣ ନ କରି କଳାପଥର ଖାଦାନ ଚୟନ ହୋଇଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଆରୁହା ବିଏସକ୍ୟୁ ନମ୍ବର-୨ ସଇରାତ ନମ୍ବର ୧୬/୧୬-୧୭ ଏବଂ ୩୪/୨୧-୨୨ ନମ୍ବର ଦୁଇଟି ଖାଦାନ ପ୍ରାଥମିକ ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା ମଧ୍ୟରେ ଚାଲିଥିବା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ସ୍କୁଲ ପିଲାଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଛି। ଏଯାଏ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ଅନୁରୂପ ଭାବେ ଅଞ୍ଜିରା ୭ ନମ୍ବର ଖାଦାନ ନିକଟରେ ସ୍କୁଲ ଥିବାରୁ ପିଲାମାନେ ବାୟୁ ଏବଂ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ହୋଇପଡୁଛନ୍ତି। ପାଠପଢ଼ାରେ ପିଲାମାନଙ୍କ ଧ୍ୟାନ ରହୁନାହିଁ। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରି ଉପଯୁକ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ୧ ବର୍ଷ ପୂର୍ବେ ରାଜସ୍ବ ବିଭାଗ ଅଧୀନରେ ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଭାର ରହିଥିଲା। ଏବେ ଯାଜପୁରରେ ଏକ ଲଘୁ ଖଣି ନିର୍ଦ୍ଦେଶାଳୟ ଖୋଲିଛି। ଏହି କାର୍ଯ୍ୟାଳୟରେ ଜଣେ ଉପନିର୍ଦ୍ଦେଶକଙ୍କ ସମେତ ୫ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଏହି ଲଘୁ ଖଣି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଯାଜପୁର ଜିଲାରେ ମୋରମ, କଳାପଥର, ବାଲି, ମାଙ୍କଡା ପଥର ଇତ୍ୟାଦି ବେଆଇନ ଭାବେ ପରିବହନ ସୀମା ଲଂଘିଛି ବୋଲି ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଲଘୁ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଅଞ୍ଜିରା ୭ ନମ୍ବର କ୍ୱାରୀ ଜିଲା କମିଟି ଦ୍ୱାରା ପୂର୍ବରୁ ଚୟନ ହୋଇଛି। ତଦନୁସାରେ ଲିଜ୍‌ ଦିଆଯାଇଛି। ଏହାସହ ଅନୁମତିଠାରୁ ଅଧିକ ଉତ୍ତୋଳନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍କୁଲ ପିଲାମାନଙ୍କ ସମସ୍ୟା ଯଦି ହେଉଛି ସେ ନେଇ ଅନୁଧ୍ୟାନ ହେବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri