ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ଅର୍ଥ ଦେଇ ଭୋଟ ରାଜନୀତି କରିବାକୁ ଚେଷ୍ଟା କରାଯାଉଥିବା ଭାଜପା ଓ କଂଗ୍ରେସ ଅଭିଯୋଗ କରିଛନ୍ତି।
ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କଲେ। ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହା ପାଖରେ ପହଞ୍ଚିଲା ନାହିଁ ା ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣ ସଦୃଶ। ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଞ୍ଚିବାରେ ରାଜ୍ୟ ସରକାର କଣ୍ଟା ନ ହୁଅନ୍ତୁ। ରାଜ୍ୟରେ ଚାଷୀ ଅସନ୍ତୋଷ ଚାପିବା ପାଇଁ ରାଜ୍ୟ ସରକାରଙ୍କ କାଳିଆ ଥୋପ। ଯଦି ରାଜ୍ୟ ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଅଛି ତେବେ ପିଏମ୍ କିଷାନ ପାଇଁ କାହିଁକି କେନ୍ଦ୍ରକୁ ଠିକ୍ ତାଲିକା ପଠାଉନାହାନ୍ତି। ୫୩ ଲକ୍ଷ ଚାଷୀଙ୍କ ତାଲିକା ପଞ୍ଚାୟତ ଅଫିସ ବାହାରେ ଲଗାଯାଉ ବୋଲି ସେ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ଇଏ ପ୍ରଚାର ସର୍ବସ୍ବ ସରକାର। ଚାଷୀ ଆନ୍ଦୋଳନ ସବୁଆଡ଼େ ଚାଲିଥିବା ବେଳେ ସେଥିପ୍ରତି ଦରଦ ନାହିଁ। ମଣ୍ଡିରେ ଚାଷୀମାନେ ଧାନ ପକାଇ ବସିଛନ୍ତି। କେନ୍ଦ୍ର ଆଣିଥିବା ୩ଟି କୃଷି ଆଇନକୁ ପାର୍ଲାମେଣ୍ଟରେ ବିଜେଡି ସମର୍ଥନ ଜଣାଇଛି। ଗତ ବର୍ଷ ମଧ୍ୟ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଜରିଆରେ ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରିଥିଲା। ଏବେ ପଞ୍ଚାୟତ ନିର୍ବାଚନ ଏବଂ ରାଜ୍ୟରେ ଚାଷୀମାନେ ମଣ୍ଡିରେ ଜୋରଦାର ଆନ୍ଦୋଳନ ଚଳାଇଥିବାରୁ ସରକାର ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏହି ଯୋଜନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। କାଳିଆ ଯୋଜନା ଘୋଷଣା ସମୟରେ ବିରୋଧୀ ଏହାକୁ ନିର୍ବାଚନ ଚାଲ୍ ବୋଲି କହିଲେ। ଯେଉଁମାନେ ଏହାକୁ ନିର୍ବାଚନ ଚାଲ୍ ବୋଲି କହିଲେ ପରବର୍ତ୍ତୀ ସମୟରେ କେତେଜଣ ଚାଷୀ ଏହି ଯୋଜନାରେ ଅର୍ଥ ପାଇଛନ୍ତି ବୋଲି ପ୍ରଶ୍ନ କଲେ। ଏବେ ସରକାରଙ୍କ ପୂର୍ବ ଘୋଷଣା ମୁତାବକ କୃଷକଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା ଯୋଗାଇଛନ୍ତି ବୋଲି ଶତପଥୀ କହିଛନ୍ତି।
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା
ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ…
ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା
ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…
ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….
ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…
Archives

