ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ କାର୍ଯ୍ୟରତ ଜଣେ ମହିଳା ସିଆରସିସିଙ୍କୁ ନିର୍ଯାତନା ସହିତ ଅଶ୍ଳୀଳ ମେସେଜ୍ କରିବା ମହଙ୍ଗା ପଡିଛି। ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁରେନ୍ଦ୍ର ସାହୁ ଏବଂ କ୍ରୀଡା ଶିକ୍ଷକ(ପିଇଟି) ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି। ଘଟଣାଟି ବରଗଡ଼ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଶିକ୍ଷା ବିଭାଗରେ ସିଆରସିସିଭାବେ କାର୍ଯ୍ୟରତ ଜଣେ ମହିଳା ଟାଉନ ଥାନାରେ ଏତଲା ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।