Posted inଫୁରସତ

ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା

ରୋମ୍‌: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍‌ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର ଭଗ୍ନଅଂଶରୁ ଅବ୍‌ସିଡିଆନର ଏକ ଖଣ୍ଡ ଦେଖି ଅନୁସନ୍ଧାନକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ମୁତାବକ, ଅବ୍‌ସିଡିଆନର ଏହି ଖଣ୍ଡକୁ ନେପଲ୍‌ସ ପୋଲିସର ଏକ ୟୁନିଟ୍‌ ଖୋଜିଛି। ସମୁଦ୍ରର ୧୩୦ ଫୁଟ ତଳେ ଇଟାଲିର କେପ୍ରିରେ ଗ୍ରୋଟା ବିୟାଙ୍କାର ସମୁଦ୍ର ଗୁମ୍ଫାରେ ନେପଲ୍‌ସ ପୋଲିସକୁ ଏହି ଖଣ୍ଡ ମିଳିଥିଲା। ପ୍ରକୃତରେ ଏକ ଜାହାଜର ଖଣ୍ଡକୁ ଖୋଜିବାକୁ ନଭେମ୍ବର ୨୦ରୁ ମିଶନ ଆରମ୍ଭ ହୋଇଥିଲା। ସେହି ମିଶନରେ ଅବ୍‌ସିଡିଆନର ଏକ ଖଣ୍ଡ ମିଳିଥିଲା, ଯାହାର ଓଜନ ପ୍ରାୟ ୮ କି.ଗ୍ରା.। ସୂଚନାଯୋଗ୍ୟ, ୧୭୦୮ରେ ବ୍ରିଟିଶ ନୌସେନା ସହ ଯୁଦ୍ଧ ସମୟରେ ଏକ ସ୍ପାନିସ ଜାହାଜ କ୍ୟାରିବିୟନ ସମୁଦ୍ରରେ ବୁଡ଼ିଯାଇଥିଲା। ସେହି ଜାହାଜର ନାମ ସାନ ଜୋସ୍‌ ଗାଲିଅନ ଥିଲା। ସେହି ଜାହାଜରେ ୧୬ ବିଲିୟନ ଡଲାରର ମୂଲ୍ୟବାନ ପଦାର୍ଥ ରହିଥିଲା। ଏବେ ଏହି ଜାହାଜକୁ ବାହାର କରିବାକୁ ପ୍ରସ୍ତୁତି କରାଯାଉଛି। ସେହି ସମୟରେ ଏପରି ଏକ ମୂଲ୍ୟବାନ ପଥର ମିଳିବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବ୍‌ସିଡିଆନକୁ କଳାସୁନା ମଧ୍ୟ କୁହାଯାଏ। କଟିଙ୍ଗ ଟୁଲ୍ସ ପ୍ରସ୍ତୁତିରେ ଏହି ପଥରକୁ ବ୍ୟବହାର କରାଯାଇଥାଏ। ଲାଭା ଶୀଘ୍ର ଥଣ୍ଡା ହୋଇ ବସିଗଲେ ଏହି କଳାସୁନା ହୋଇଥାଏ। ଏହାକୁ ସୁରକ୍ଷାତ୍ମକ ରତ୍ନ ମଧ୍ୟ କୁହାଯାଏ। ନକାରାତ୍ମକ ଊର୍ଜାରୁ ରକ୍ଷା କରିବାର କ୍ଷମତା ଏହି ପଥରର ରହିଛି, ଯାହା ଅତ୍ୟନ୍ତ ମହଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri