Posted inଫୁରସତ

ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା

ରୋମ୍‌: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍‌ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର ଭଗ୍ନଅଂଶରୁ ଅବ୍‌ସିଡିଆନର ଏକ ଖଣ୍ଡ ଦେଖି ଅନୁସନ୍ଧାନକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ମୁତାବକ, ଅବ୍‌ସିଡିଆନର ଏହି ଖଣ୍ଡକୁ ନେପଲ୍‌ସ ପୋଲିସର ଏକ ୟୁନିଟ୍‌ ଖୋଜିଛି। ସମୁଦ୍ରର ୧୩୦ ଫୁଟ ତଳେ ଇଟାଲିର କେପ୍ରିରେ ଗ୍ରୋଟା ବିୟାଙ୍କାର ସମୁଦ୍ର ଗୁମ୍ଫାରେ ନେପଲ୍‌ସ ପୋଲିସକୁ ଏହି ଖଣ୍ଡ ମିଳିଥିଲା। ପ୍ରକୃତରେ ଏକ ଜାହାଜର ଖଣ୍ଡକୁ ଖୋଜିବାକୁ ନଭେମ୍ବର ୨୦ରୁ ମିଶନ ଆରମ୍ଭ ହୋଇଥିଲା। ସେହି ମିଶନରେ ଅବ୍‌ସିଡିଆନର ଏକ ଖଣ୍ଡ ମିଳିଥିଲା, ଯାହାର ଓଜନ ପ୍ରାୟ ୮ କି.ଗ୍ରା.। ସୂଚନାଯୋଗ୍ୟ, ୧୭୦୮ରେ ବ୍ରିଟିଶ ନୌସେନା ସହ ଯୁଦ୍ଧ ସମୟରେ ଏକ ସ୍ପାନିସ ଜାହାଜ କ୍ୟାରିବିୟନ ସମୁଦ୍ରରେ ବୁଡ଼ିଯାଇଥିଲା। ସେହି ଜାହାଜର ନାମ ସାନ ଜୋସ୍‌ ଗାଲିଅନ ଥିଲା। ସେହି ଜାହାଜରେ ୧୬ ବିଲିୟନ ଡଲାରର ମୂଲ୍ୟବାନ ପଦାର୍ଥ ରହିଥିଲା। ଏବେ ଏହି ଜାହାଜକୁ ବାହାର କରିବାକୁ ପ୍ରସ୍ତୁତି କରାଯାଉଛି। ସେହି ସମୟରେ ଏପରି ଏକ ମୂଲ୍ୟବାନ ପଥର ମିଳିବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବ୍‌ସିଡିଆନକୁ କଳାସୁନା ମଧ୍ୟ କୁହାଯାଏ। କଟିଙ୍ଗ ଟୁଲ୍ସ ପ୍ରସ୍ତୁତିରେ ଏହି ପଥରକୁ ବ୍ୟବହାର କରାଯାଇଥାଏ। ଲାଭା ଶୀଘ୍ର ଥଣ୍ଡା ହୋଇ ବସିଗଲେ ଏହି କଳାସୁନା ହୋଇଥାଏ। ଏହାକୁ ସୁରକ୍ଷାତ୍ମକ ରତ୍ନ ମଧ୍ୟ କୁହାଯାଏ। ନକାରାତ୍ମକ ଊର୍ଜାରୁ ରକ୍ଷା କରିବାର କ୍ଷମତା ଏହି ପଥରର ରହିଛି, ଯାହା ଅତ୍ୟନ୍ତ ମହଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri