ବିଜେଡିକୁ କଳାପତାକା ଦେଖାଇ ବିରୋଧ: ଭାଜପା କର୍ମୀ ଅଟକ

ଦେବଗଡ଼,୨୪।୧(ଡି.ଏନ୍‌.ଏ.): ବିଜେଡିକୁ କଳାପତାକା ଦେଖାଇ ବିରୋଧ  ବେଳେ ଭାଜପା କର୍ମୀ ଅଟକ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଶାସନସାହି ଛକରେ । ବିଜେଡ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜେଡି ଶୋଭାଯାତ୍ରାକୁ ବିରୋଧ କରାଯାଇଥିଲା। ଏହି ଘଟଣାରେ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ ଓ ରାଜ୍ୟ ଯୁବ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୟାଶଙ୍କର ଦ୍ବିବେଦୀଙ୍କ ସମେତ ବଳରାମ ରଣଜିତ୍‌, ଶନୁ ବାଘ, ସମିତ କୁମାର ରଣଜିତ୍‌, ପ୍ରତାପ କୁମାର ପାତ୍ର, ଟିକୁ ପାତ୍ର, ଜେକି ଭୋଜଙ୍କୁ ଦେବଗଡ଼ ପୋଲିସ ଅଟକ ରଖିଛି।