Categories: ଜାତୀୟ

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି। କିପରି ହେଲିକପ୍ଟର ଦୁର୍ଘଟଣା ହେଲା, ଏହା ପଛରେ କାରଣ କ’ଣ ରହିଛି। ସେନେଇ ସମସ୍ତ ତଥ୍ୟ ଖୋଲିବ ଏହି ବାକ୍ସ।

ବ୍ଲାକ୍‌ ବକ୍ସ ହେଉଛି ଏପରି ଏକ ଯନ୍ତ୍ର, ଯାହା ଦ୍ବାରା ଦୁର୍ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ । ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବାଠାରୁ ସବୁକିଛି ତଥ୍ୟ ଏଥିରେ ରେକର୍ଡ ହୋଇଥାଏ। ପାଇଲଟ୍‌ କାହା ସହ କ’ଣ କଥା ହୋଇଛନ୍ତି ସେ ସମ୍ପର୍କରେ ମଧ୍ୟ ଜଣାପଡ଼ିଥାଏ। ଏହି ବ୍ଲାକ୍‌ ବକ୍ସରେ ଦୁଇଟି ରେକର୍ଡର ଥାଏ । ଗୋଟିଏରେ ପାଇଲଟ୍‌ଙ୍କ କଥା ରେକର୍ଡ ହୋଇଥିବାବେଳେ ଆଉ ଗୋଟିଏରେ ହେଲିକପ୍ଟର ସମ୍ପର୍କରେ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ। ଏହି ବ୍ଲାକ ବକ୍ସ ଲ୍ୟାବ୍‌ରେ ଯାଞ୍ଚ କରାଯିବ। ପରେ ସତ କାହାଣୀ ଲୋକଲୋଚନକୁ ଆସିବ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଦୁର୍ଘଟଣାସ୍ଥଳଠାରୁ ୩୦୦ ମିଟରରୁ ଏକ କିଲୋମିଟର ପର୍ଯ୍ୟନ୍ତ ସର୍ଚ୍ଚ କରିବା ପରେ ଅଧିକାରୀମାନେ ଏହି ବ୍ଲାକ୍‌ ବକ୍ସ ପାଇଥିଲେ।

Share