ଜାଣିଶୁଣି କରାଯାଇଥିଲା ଚାଇନା ବିମାନ ଦୁର୍ଘଟଣା, ବ୍ଲାକ ବକ୍ସ ଡାଟାରୁ ମିଳିଲା ତଥ୍ୟ

ବେଜିଂ,୧୮ ।୫: ଚଳିତ ବର୍ଷ ଆରମ୍ଭରେ ଚାଇନାରେ ହୋଇଥିବା ଏକ ବିମାନ ଦୁର୍ଘଟଣାକୁ ନେଇ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଚାଇନାର ଇଷ୍ଟର୍ନ ଜେଟକୁ ଜାଣିଶୁଣି ଦୁର୍ଘଟଣା କରାଯାଇଥିଲା ବା କ୍ରାସ କରାଯାଇଥିଲା । ଫଳରେ ଏଥିରେ ଥିବା ସମସ୍ତ ୧୨୩ ଯାତ୍ରୀ ଓ ୯ କ୍ର‌୍ୟୁ ମେମ୍ବରଙ୍କର ମୃତ୍ୟୁ ହୋଇଥିଲା ।
ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟରେ କୁହାଯାଇଛି ବିମାନର ଧ୍ୱଂସାବଶେଷରୁ ମିଳିଥିବା ବ୍ଲାକ ବକ୍ସର ଯାଞ୍ଚ ପରେ ଜଣାପଡିଛି କି କକପିଟରେ କେହି ଜାଣିଶୁଣି ବିମାନକୁ ଦୁର୍ଘଟଣା କରାଇଛି । ଏହା ବ୍ୟତୀତ ଆମେରିକା ଅଧିକାରୀଙ୍କ ପ୍ରାରମ୍ଭିକ ଯାଞ୍ଚରେ ସାମିଲ ଜଣେ ଅଧିକାରୀ ରଏଟର୍ସକୁ କହିଛନ୍ତି, ତାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟିର ସଙ୍କେତ ମିଳିନାହିଁ, ଯାହା ଫଳରେ ଏବେ ଚଳାକ ଦଳଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଆଯାଇଛି ।
ଋିପୋର୍ଟରେ ଦାବି କରାଯାଇଛି କି ବିମାନ ୨୯ ହଜାର ଫୁଟ ଉପରେ ୩ ମିନିଟରୁ କମ ସମୟ ମଧ୍ୟରେ ୯ହଜାର ଫୁଟ ଉଚ୍ଚତାକୁ ଚାଲି ଆସିଥିଲା । ଏହାର ୨୦ ସେକେଣ୍ଡ ପରେ ଏହା ୩ହଜାର ଫୁଟ ଉଚ୍ଚରେ ଥିଲା । ରିପୋର୍ଟରେ ଦର୍ଶାଯାଇଛି କି ଏତେ ଉଚ୍ଚତାରୁ ତଳକୁ ଆସିବାକୁ ୩୦ ମିନିଟରୁ ଅଧିକ ସମୟ ଲାଗିବା କଥା । ତେଣୁ ବିମାନ ଭିତରେ କକପିଟରେ କେହି ବ୍ୟକ୍ତି ଜାଣିଶୁଣି ବିମାନକୁ ଖୁବଜୋରରେ ତଳକୁ ଖସିବାକୁ ବାଧ୍ୟ କରିଥିଲେ । ଏବେସୁଦ୍ଧା ୟୁଏସ ନ୍ୟାଶନାଲ ଟ୍ରାନ୍ସପୋର୍ଟେସନ ସେପ୍ଟି ବୋର୍ଡ ଏହା ଉପରେ କୌଣସି ଟିପ୍ପଣି ଦେଇନାହିଁ ।
ସୂଚନଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ କୁମିଂଗରୁ ଗୁଆଙ୍ଗଝୋଉ ଯାଉଥିବା ବୋଇଂ ୭୩୭-୮୦୦ ବିମାନ ଗୁଆଂଗଜିର ପାହାଡରେ ହଠାତ୍ ଉପରୁ ଖସିପଡି ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା ସମସ୍ତ ୧୨୩ ଯାତ୍ରୀ ଓ ୯ କ୍ର‌୍ୟୁ ମେମ୍ବରଙ୍କର ମୃତ୍ୟୁ ହୋଇଥିଲା । ଗତ ୩ ଦଶକ ମଧ୍ୟରେ ଚାଇନାର ଏହା ସବୁଠାରୁ ବଡ ବିମାନ ଦୁର୍ଘଟଣା ବୋଲି କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri