Posted inଜାତୀୟ

ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଲା ଭାଜପା ମେଣ୍ଟ

ଲକ୍ଷ୍ନୌ,୨୩।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭାଜପା ସହ ମେଣ୍ଟ କରିଥିବା ଆପନା ଦଳ ରବିବାର ତା’ର ପ୍ରଥମ ମୁସଲିମ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜ୍ୟର ପଶ୍ଚିମାଞ୍ଚଳର ରାମପୁର ଜିଲାର ସୁଆର ଆସନରୁ ହାଇଦର ଅଲି ଖାନଙ୍କୁ ଟିକେଟ୍‌ ଦିଆଯାଇଛି। ଆଶା କରାଯାଉଛି ଏହି ଆସନରୁ ସମାଜବାଦୀ ପାର୍ଟି ଏମ୍‌ପି ଆଜାମ ଖାନଙ୍କ ପୁଅ ଅବଦୁଲା ଆଜାମ ଲଢ଼ିବେ।

ଭାଜପା ସହ ଆସନ ବୁଝାମଣା ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇ ନ ଥିବା ବେଳେ ଅନୁପ୍ରିୟା ପଟେଲଙ୍କ ଅପନା ଦଳ (ଏସ୍‌)ର ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। କାରଣ ଭାଜପା ମେଣ୍ଟ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ଭଳି ଘଟଣା କଦାଚିତ ଦେଖିବାକୁ ମିଳେ।

ହାଇଦର ଅଲି ହେଉଛନ୍ତି ରାମପୁର ରାଜ ପରିବାରର ସଦସ୍ୟ। ତାଙ୍କ ଜେଜେବାପା ଜୁଲଫିକର ଅଲି ଖାନ କଂଗ୍ରେସରୁ ୫ ଥର ଏମ୍‌ପି ଥିଲେ। ହାଇଦରଙ୍କ ବାପା ତଥା ୪ ଥର ବିଧାୟକ ନଓ୍ବାବ କାଜିମ ଅଲି ଖାନ ରାମପୁର ଆସନରୁ କଂଗ୍ରେସରୁ ଲଢ଼ିବାକୁ ଯାଉଛନ୍ତି। ରାମପୁର ଆସନ ନିକଟରେ ରହିଛି ସୁଆର ଆସନ।

ଅବଦୁଲା ଆଜାମ ୨୦୧୭ ବିଧାନସଭା ନିର୍ବାଚନରେ ସୁଆର ଆସନରୁ ସପା ଟିକେଟ୍‌ରେ ବିଜୟୀ ହୋଇଥିଲେ। କିନ୍ତୁ ଅବଦୁଲାଙ୍କ ନିର୍ବାଚନରେ ବିଜୟକୁ ୨୦୧୯ ଡିସେମ୍ବରରେ ଖାରଜ କରି ଦେଇଥିଲେ ଆଲାହାବାଦ ହାଇକୋର୍ଟ। କାରଣ ୨୦୧୭ ନିର୍ବାଚନ ବେଳକୁ ତାଙ୍କୁ ୨୫ ବର୍ଷ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri